୨ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଗିରଫ, ୨୫ଟି ବାଇକ ଜବତ

ସୋର ୩।୮: ( ତାଜୁଦ୍ଦିନ) ବାଲେଶ୍ବର ଜିଲ୍ଲା ସୋର ପୋଲିସ ୨ ଜଣ ଆନ୍ତଃ ରାଜ୍ୟ ବାଇକ ଲୁଟେରାଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୫ଟି ଚୋରା ବାଇକ ବାଇକ୍ ଜବତ କରିଛି।

ସୂଚନା ଅନୁସାରେ, ସୋର ଅଞ୍ଚଳରେ ବାରମ୍ବାର ବାଇକ ଚୋରି ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ପୋଲିସ ପକ୍ଷରୁ ସୋର ସହରର କସିପୋଲ ନିକଟରେ କରୋନା କଟକଣା ପାଇ ମାସ୍କ ଚେକିଂ କରୁଥିବା ବେଳେ ବାଇକ ନେଇ ଆସୁଥିବା ଜଣେ ଯୁବକ ପୋଲିସ ଦେଖି ଗାଡି ବୁଲାଇ ପଳାଇ ଯାଇଥିଲା । ସୋର ପୋଲିସ ଯୁବକ ଜଣକୁ ପିଛା କରି ତା’ର କାଗଜ ପତ୍ର ଯାଞ୍ଚ କରିଥିବା ବେଳେ ଚୋରା ଗାଡି ବୋଲି ଜଣାପଡିଥିଲା । ଉକ୍ତ ଯୁବକକୁ ଥାନାରେ ଅଟକ ରଖି୍ ପଚରା ଉଚରା କରିବା ପରେ ଏହା ଏକ ବାଇକ ଚୋରିର ବଡ ରାକେଟ ବାବଦରେ ସୂଚନା ମିଳିଥିଲା। ଏନେଇ ସୋର ଆଇଆଇସି ମଧୁମିତା ମହାନ୍ତି ଏକ ଟିମ ଗଠନ କରି ବିଭିନ୍ନ ଅଞ୍ଚଳରୁ ଚଢାଉ କରି ୨୧ଟି ବାଇକ ଓ ୪ଟି ସ୍କୁଟି ଜବତ କରିଥିଲା । ଏହା ସହିତ ଏହି ରାକେଟରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ଗିରଫ କରି ସୋର ଥାନା କେସ ନଂ ୨୩୫/୨୦ ରେ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *