ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ କରିବ ସିବିଆଇ

ମୁମ୍ବାଇ ୫/୮: ଏବେ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ସିବିଆଇ କରିବ । ମଙ୍ଗଳବାର ଦିନ ବିହାର ସରକାର କେନ୍ଦ୍ରକୁ ସିବିଆଇ ଯାଞ୍ଚର ସୁପାରିଶ ପଠାଇଥିଲେ। କେନ୍ଦ୍ର ସରକାର ଏହି ସୁପାରିଶକୁ ମଞ୍ଜୁର କରିଛନ୍ତି।

ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହତା କହିଛନ୍ତି ଯେ ସିବିଆଇ ଏହି ମାମଲାର ଯାଞ୍ଚ କରିବାର ବିହାର ସରକାରଙ୍କ ସୁପାରିଶ ମଞ୍ଜୁର କରି ଦିଆଯାଇଛି । ଏବେ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ ବୋଲି ସେ କହିଥିଲେ।

ରିୟାଙ୍କ ଓକିଲ ଶ୍ୟାମ ଦିଓ୍ବାନ କହିଛନ୍ତି ଯେ ସରକାରୀ ଓକିଲ ରିୟା ଉପରେ ବିହାରରେ ଚାଲିଥିବା ସମସ୍ତ ମାମଲା ଉପରେ ରୋକ ଲଗାଇବା ଉପରେ ଦାବି କରିଥିଲେ। ଏଫଆଇଆର ଜୁରିସଡିକସନ ମୁତାବକ ନାହିଁ। ଏପରି କ୍ଷେତ୍ରରେ ଅଦାଲତ ପୂରା ମାମଲା ଉପରେ ରୋକ ଲଗାଇବା ଉଚିତ୍ ବୋଲି କହିଥିଲେ।

ଜଷ୍ଟିସ୍ ହୃଷିକେଶ ରାୟ କହିଥିଲେ ଯେ ସୁଶାନ୍ତ ଅତ୍ୟନ୍ତ ଟ୍ୟାଲେଣ୍ଟେଡ ଏବଂ ଉଦୀୟମାନ କଳାକାର ଥିଲେ ଏବଂ ତାଙ୍କର ଏଭଳି ରହସ୍ୟମୟ ଭାବେ ମୃତ୍ୟୁ ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଷ୍ଟିସ୍ ହୃଷିକେଶ ରାୟ ମଧ୍ୟ ଏହି ମାମଲାର ଯାଞ୍ଚ ହେବା ଉଚିତ୍ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *