ସୁଶାନ୍ତଙ୍କୁ ଔଷଧର ଓଭରଡୋଜ ଦେଉଥିଲେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ ୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ରିୟାଙ୍କ ବିରୁଦ୍ଧରେ ବିହାର ପୁଲିସ ଆଣିଛି ସାଂଘାତିକ ଅଭିଯୋଗ। ବିହାର ପୁଲିସ ସୁପ୍ରିମକୋର୍ଟଙ୍କ ନିକଟରେ ଆଫିଡାଭିଟ୍ କରିଛି ଯେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ସଦସ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କରେ ଆସିବା ପଛରେ ଏକମାତ୍ର ଉଦ୍ଦେଶ୍ୟ ତାଙ୍କ କୋଟି କୋଟି ଟଙ୍କା ହଡ଼ପ କରିବା କହିଥିଲେ। ସେମାନେ ସୁଶାନ୍ତଙ୍କ ସହିତ ଷଡ଼ଯନ୍ତ୍ରମୂଳକ ସମ୍ପର୍କ ରଖିଥିଲେ ।ଟଙ୍କା ହଡପ ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ନିଜ ଘରକୁ ନେଇ ଯାଇଥିଲେ ଏବଂ ତାଙ୍କୁ ଓଭରଡୋଜ ଔଷଧ ଦେଉଥିଲେ। ଏହି ଅଭିଯୋଗ ପ୍ରକୃତରେ ସୁଶାନ୍ତଙ୍କ ବାପା କେକେ ସିଂହ ରିୟାଙ୍କ ବିରୋଧରେ ଲଗାଇଥିଲେ। ଏହା ସହିତ ସେ କହିଥିଲେ ଯେ ରିୟା,ସୁଶାନ୍ତଙ୍କ ସହ ଝଗଡ଼ା କରି ତାଙ୍କର ସବୁ ଜିନିଷ ନେଇ ଯାଇଥିଲେ।

ସେପଟେ ମୁମ୍ବାଇ ପୋଲିସଠାରୁ କୌଣସି ପ୍ରକାରର ସାହାଯ୍ୟ ନ ମିଳିବା ସତ୍ବେ ବିହାର ପୋଲିସକୁ ଏହି ମାମଲାରେ ଅନେକ ତଥ୍ଯ ମିଳିଛି। ଯେଉଁଥିରେ ଯାଞ୍ଚ କରାଯାଇପାରିବ। ବିହାର ପୋଲିସ୍ ସୁପ୍ରିମ କୋର୍ଟଙ୍କୁ ଏହା ପରାମର୍ଶ ଦେଇଥିଲେ ଯେ ଏହି ମାମଲା ସହ ଜଡ଼ିତ କେତେକ କଥା ଭାରତର ଭିନ୍ନ ଭିନ୍ନ ସ୍ଥାନରେ ବିଛାଇ ହୋଇ ରହିଛି । ଏହାସହ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିହାର ପୁଲିସ ପରାମର୍ଶ ଦେଇଛି। ଏହାସହ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ମଧ୍ୟ ବିହାର ପୁଲିସ ବିରୋଧ କରିଛି। ଏହା ପଛରେ ବିହାର ପୁଲିସ ଯାଚିକା ଦାଏର କରିଛି।

Leave a Reply

Your email address will not be published. Required fields are marked *