ସୁଶାନ୍ତଙ୍କ ଡାଏରୀର ଗୋଟିଏ ପୃଷ୍ଠା ଓ ଓ୍ବାଟର ବୋତଲର ଫଟୋ ଜାରି କଲେ ରିୟା

ମୁମ୍ବାଇ ୮/୮: ସୁଶାନ୍ତ ସିଂହ ରାଜପୁତଙ୍କ ଚିହ୍ନ ଏବଂ ସମ୍ପତ୍ତି ନାଁରେ ରିୟା ଚକ୍ରବର୍ତ୍ତୀଙ୍କ ପାଖରେ କେବଳ ଏହି ଡାଏରୀର ଗୋଟିଏ ପୃଷ୍ଠା ରହିଛି ଯେଉଁଥିରେ ସୁଶାନ୍ତ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ଲେଖିଥିଲେ। ଏହା ସହିତ ଗୋଟିଏ ସ୍ପୋର୍ଟସ ଓ୍ବାଟର ବୋତଲର ରହିଛି । ଏଥିରେ ଛିଛୋରେ ଲେଖାଯାଇଛି । ଏହା ଛଡା ତାଙ୍କ ପାଖରେ ଆଉ କିଛି ନାହିଁ ବୋଲି ରାୟା ତାଙ୍କର ଦିବଙ୍ଗତ ପ୍ରେମିକ ସୁଶାନ୍ତଙ୍କ ପାଇଁ ପର୍ସନାଲ ମେସେଜ ପୋଷ୍ଟ କରିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କର ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର ଅଭିଯୋଗ ପରେ ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ଇଡି ଅଫିସ୍ ଯାଇ ନିଜ ଷ୍ଟେଟମେଣ୍ଟ ରୁଜୁ କରିଛନ୍ତି। ଏବେ ରିୟା ନିଜ ଡାଏରୀର ପେଜ ସେୟାର କରିଛନ୍ତି। ରିୟା ଦାବି କରିଛନ୍ତି ଯେ ଏହି ଡାଏରୀରେ ସୁଶାନ୍ତଙ୍କ ଦ୍ବାରା କିଛି କଥା ଲେଖା ଯାଇଥିଲା। ରିୟା ଏହା ମଧ୍ୟ ଦାବି କରିଥିଲେ ଯେ ସୁଶାନ୍ତଙ୍କ ଚିହ୍ନ ଏବଂ ସମ୍ପତ୍ତି ନାଁରେ ତାଙ୍କ ପାଖରେ କେବଳ ଏହି ଡାଏରୀ ରହିଛି ଯେଉଁଥିରେ ସୁଶାନ୍ତ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ଲେଖିଥିଲେ। ରିୟା କହିଛନ୍ତି ଯେ ଏହି ଡାଏରୀରେ ସୁଶାନ୍ତଙ୍କ ହାଣ୍ଡରାଇଟିଂ ରହିଛି। ଯଦି ଆପଣ ଏହି ଡାଏରୀର ଫଟୋ ଦେଖିଲେ ଜାଣି ପାରିବେ ଯେ ଲେଖିଥିବା ଲୋକ ନିଜ ଜୀବନ ପାଇଁ କୃତଜ୍ଞ ଅଟେ। ଏହା ସହିତ ଲିଲ୍ଲୁ,ବେବୁ,ସର,ମ୍ୟାମ୍ ଏବଂ ଫଜକୁ ପାଇ ମଧ୍ୟ କୃତଜ୍ଞ ଅଛନ୍ତି। ଏହା ସୁଶାନ୍ତଙ୍କ ହାଣ୍ଡ ରାଇଟିଂ। ଲିଲ୍ଲୁ ହେଉଛି ଶୋଭିକ୍,ବେବୁ ହେଉଛନ୍ତି ରିୟା,ସର ରିୟାଙ୍କ ବାପା,ମ୍ୟାମ୍ ରିୟାଙ୍କ ମାଆ। ଏହା ସହିତ ଫଜ ସୁଶାନ୍ତଙ୍କ କୁକୁରର ନାଁ। ରିୟା ନିଜ ଓକିଲ ଜରିଆରେ ନିଜ ଡାଏରୀର ପେଜ ଓ ସ୍ପୋର୍ଟସ ଓ୍ବାଟର ବୋତଲର ଫଟୋସେୟାର କରିଛନ୍ତି। ରିୟା ଯେ ତାଙ୍କ ପାଖରେ ସୁଶାନ୍ତଙ୍କ ଚିହ୍ନ ଭାବେ କେବଳ ତାଙ୍କ ସ୍ପୋର୍ଟସ ଓ୍ବାଟର ବୋତଲ ରହି ଯାଇଛି।

Leave a Reply

Your email address will not be published. Required fields are marked *