ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ

ନୂଆଦିଲ୍ଲୀ, ୧୦।୦୮ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏନେଇ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ୮୪ ବର୍ଷ ବୟସ୍କ ପ୍ରଣବ ମୁଖାର୍ଜୀ ଲେଖିଛନ୍ତି ଯେ ତାଙ୍କର ସାମାନ୍ୟ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର ସ୍ବାବ ପରୀକ୍ଷା କରାଯାଇଥିଲା । ଆଜି ତାଙ୍କର କରୋନା ନେଇ ରିପୋର୍ଟ ପଜିଟିଭ ଆସିଛି । ତେଣୁ ଯେଉଁମାନେ ଗୋଟିଏ ସପ୍ତାହ ଭିତରେ ତାଙ୍କୁ ଭେଟିଥିଲେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ସ୍ପଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *