ରାଜ୍ୟରେ ମନ୍ଦିର ଖୋଲିବା ନେଇ ଗ୍ରୀନ ସିଗ୍ନାଲ ଦେଲେ ହାଇକୋର୍ଟ

କଟକ ୧୦।୮: କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ ମନ୍ଦିର ଖୋଲିପାରିବ । ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ହାଇକୋର୍ଟରେ ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ଜନସ୍ବାର୍ଥ ମାମଲା ହୋଇଥିଲା । ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ମନ୍ଦିର ଓ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ମନ୍ଦିର ଭିତରକୁ କୌଣସି ବାହାର ଲୋକ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।

Leave a Reply

Your email address will not be published. Required fields are marked *