ବିଶ୍ବର ପ୍ରଥମ କରୋନା ଟିକା ବାହାରକଲା ଋଷିଆ, ପ୍ରଥମ ଟିକା ନେଲେ ରାଷ୍ଟ୍ରପତି ପୁଟିନ୍‌ଙ୍କ ଝିଅ

ମସ୍କୋ ୧୧।୮: ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପ୍ରସ୍ତୁତ କରିଛି । ଏହି ଟିକାକୁ ଋଷିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିସାରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଥିଲା। ଟିକା ଦିଆଯିବାର ଅଳ୍ପ ସମୟ ପରେ ତାଙ୍କ ଶରୀରର ତାପମାତ୍ର ବଢିଯାଇଥିଲା । ମାତ୍ର ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁବ୍ ଶୀଘ୍ର ଋଷିଆରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ପ୍ରସ୍ତୁତ କରାଯିବ ବୋଲି ପୁଟିନ ସୂଚନା ଦେଇଛନ୍ତି।

ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ଏହି ଟିକାର ବିକାଶ କରିଛନ୍ତି । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ । ତେବେ ଋଷିଆର ଏହି ଦାବି ସଂପର୍କରେ ବିଶ୍ବ ସ୍ବସ୍ଥ୍ଯ ସଂଗଠନ ପକ୍ଷରୁ କୌଣସି ସୂଚନା ଆସିନାହିଁ ।

Leave a Reply

Your email address will not be published. Required fields are marked *