ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ, କମିଲା ପାଶ୍ ହାର

ଭୁବନେଶ୍ବର ୧୨।୦୮: ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ପାଶ ହାର ରହିଛି ୭୦.୨୧ ପ୍ରତିଶତ । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ପାଶ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨୬ ପ୍ରତିଶତ ବା ୨୫,୩୩୯ ଜଣ ପିଲା ପାଶ କରିଥିବାବେଳେ ୨ୟ ଶ୍ରେଣୀରେ ୨୪୧୨୧ ଜଣ ପିଲା ପାଶ କରିଛନ୍ତିଛନ୍ତି । ପାଶ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୩୦୧ ଜଣ ଛାତ୍ର ଥିବାବେଳେ ୩୦୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟର ୧୫ଟି ସ୍କୁଲରେ କୌଣସି ପିଲା ପାଶ କରିପାରିନାହାନ୍ତି । ଗତ ବର୍ଷ ପାଶ ହାର ୭୨ ପ୍ରତିଶତ ଥିଲା । ଚଳତ ବର୍ଷ ଏହା କମିଛି ତେବେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କ୍ୟାମେରା ଲାଗିବା ଯୋଗୁଁ ଏଥର ପାଶହାର କମିଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

ଅଗଷ୍ଟ ୩ୟ ସପ୍ତାହରେ ବାଣିଜ ଓ ୪ର୍ଥ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । କୋରୋନା ପାଇଁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା ।ଛାତ୍ରଛାତ୍ରୀମାନେ www.orissaresults.nic.in ୱେବସାଇଟ ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏଥିସହ ମୋବାଇଲ ନମ୍ବର 0674-2300914/2300907 ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କର ପରୀକ୍ଷା ଫଳାଫଳ ଜାଣିପାରିବେ। ସେହିପରି ସାମ୍ସ ର ଇ ସ୍ପେସ ମାଧ୍ୟମରେ କଲେଜ ଗୁଡିକକୁ ସେମାନଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *