ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ

ଭଦ୍ରକ ୨୨।୮: ( ସୁନିଲ ଦତ୍ତ) ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ ଜରିଆରେ ଏହି ସୂଚନା ଦେଇଛନ୍ତି । କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି । ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ଼ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମଧ୍ୟ କରୋନା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

Leave a Reply

Your email address will not be published. Required fields are marked *