ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ

ଭଦ୍ରକ ୨୨।୮: (ସୁନିଲ ଦତ୍ତ) ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ ହୋଇଛନ୍ତି । ଟ୍ବିଟ୍ କରି ପୂର୍ବତନ ବିଧାୟକ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ । ତେବେ ମୁକ୍ତିକାନ୍ତ ମଣ୍ଡଳ ସୁସ୍ଥ ଅଛନ୍ତି ଏବଂ ହୋମ୍ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ କୋଭିଡ୍ ଟେଷ୍ଟ କରାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *