ଆଇଆଇପିଏମ୍ ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ ଗିରଫ

ନୂଆଦିଲ୍ଲୀ, ୨୩/୦୮ : ପ୍ରାୟ ୨୩କୋଟି ଟଙ୍କାର ସେବା ଟ୍ୟାକ୍ସ ଜାଲିଆତି ଅଭିଯୋଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଗିରଫ କରାଯାଇଛି। ସିଜିଏସଟିର ଦକ୍ଷିଣ ଦିଲ୍ଲୀ କମିଶନର ତାଙ୍କୁ ଅଗଷ୍ଟ ୨୧ ତାରିଖ ଦିନ ଫାଇନାନ୍ସ ଆକ୍ଟର ଧାରା ୮୯ ଅନୁଯାୟୀ ଗିରଫ କରିଛନ୍ତି । ମ୍ପାନୀର ନିର୍ଦ୍ଦେଶକ ଥିବା ଗୁରୁଦାସ ମଲିକ ଠାକୁରଙ୍କୁ ମଧ୍ୟ ସମାନ ଅପରାଧରେ ଗିରଫ କରାଯାଇ ୧୪ଦିନର ନ୍ୟାୟିକ ହେପାଜତକୁ ପଠାଯାଇଥିବା ଜଣାପଡ଼ିଛି। ଉଭୟଙ୍କୁ ପଟିଆଲା ହାଉସ କୋର୍ଟରେ ମାଜିଷ୍ଟ୍ରେଟ ଜ୍ୟୋତି ମହେଶ୍ୱରୀଙ୍କ ନିକଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *