ପୂଜା ଛୁଟି ଯାଏଁ ସ୍କୁଲ-କଲେଜ ବନ୍ଦ

ଭୁବନେଶ୍ୱର ୨୬।୮: ଦୁର୍ଗା ପୂଜା ଛୁଟି ଯାଏଁ ସ୍କୁଲ-କଲେଜ ବନ୍ଦ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ଏବଂ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ। କରୋନାରେ ସବୁଠାରୁ ଛାତ୍ରଛାତ୍ରୀଙ୍କ ପଠପଢ଼ା ଉପରେ ପ୍ରଭାବ ପଡ଼ିଛି । କିନ୍ତୁ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା ଦିଆଯିବ । ଏମଏସଏମଇ, କୃଷି, ମତ୍ସ୍ୟ ଓ ପଶୁପାଳନ, ଏସଏଚଜି ଉପରେ ଫୋକସ କରାଯିବ ।
ସେହିଭଳି କୋଭିଡ ଯୋଗୁଁ ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ଏସଏଚଜି ମହିଳାଙ୍କୁ ଯେପରି ସହଜରେ ଋଣ ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ନବୀନ । ଚାଷୀ ମାନଙ୍କୁ ସୁବିଧାରେ ଓ ଶୀଘ୍ର ଯେପରି କୃଷି ଋଣ ଏବଂ ସହାୟତା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *