ବାଲେଶ୍ବର ସହରରେ ହୋଟେଲ ଖୋଲିବା ପାଇଁ ମିଳିଳା ଅନୁମତି

ବାଲେଶ୍ବର, ୩୦।୮: ବାଲେଶ୍ବର ସହରରେ ହୋଟେଲ ଖୋଲିବା ପାଇଁ ମିଳିଳା ଅନୁମତି । ବାଲେଶ୍ବର ଜିଲ୍ଲାପ୍ରଶାସନ ହୋଟେଲ ମାନଙ୍କୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି । ଆଜିଠାରୁ ଆସନ୍ତା 7 ତାରିଖ ପର୍ଯ୍ଯନ୍ତ ଏବଂ ଆସନ୍ତା 12 ତାରିଖରୁ 14 ତାରିଖ ପର୍ଯ୍ଯନ୍ତ ସହରର ସମସ୍ତ ହୋଟେଲ ଖୋଲା ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ସୂଚନା ଦେଇଛନ୍ତି। ଆସନ୍ତା ଜେଇଇ ଏବଂ ନିଟ୍ ପରିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏହି ସମୟରେ ହୋଟେଲ ମାନେ ସମସ୍ତ ରୁମ୍ ପାଇଁ ଫୁଲ୍ କେପାସିଟିରେ ବୁକିଂ ନେଇ ପାରିବେ । ହୋଟେଲ ଗୁଡିକ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସେ କହିଛନ୍ତି ।