ବାଲେଶ୍ବର ଜିଲ୍ଲାରେ ହଟିଲା ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା

ବାଲେଶ୍ବର, ୩୦।୮: ଆଜିଠାରୁ ବାଲେଶ୍ବର ଜିଲ୍ଲାରେ ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା ହଟିଯାଇଛି । ଏନଇଇଟି-ଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି ।

ରବିବାର ଅର୍ଥାତ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷିତ କରାଯାଇଛି। ସେହିପରି ସେପ୍ଟେମ୍ବର ୧୨ରୁ ସେପ୍ଟେମ୍ବର ୧୪ ତାରିଖ ଯାଏଁ ମଧ୍ୟ ବାଲେଶ୍ବର ଜିଲ୍ଲାରେ କୌଣସି କଟକଣା ଲାଗୁ କରାଯିବ ନାହିଁ । ଏନେଇ ବାଲେଶ୍ବର ଜିଲ୍ଲାପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ଏନଇଇଟି ଓ ଜେଇଇ ପରୀକ୍ଷା ଓ ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସାମାଜିକ ଦୂରତ୍ୱ, ମାସ୍କ ଏବଂ ବାହାରେ ଛେପ ନ ପକେଇବା ନିୟମ କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *