ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୧|୦୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଜି ପରଲୋକ ଘଟିଛି । ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପ୍ରଣବ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତେବେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଥିବା କହିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ ୧୦ରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ଅପରେସନ ସଫଳ ହୋଇଥିଲା । ତେବେ ଅସ୍ତ୍ରୋପଚାର ପାଇଁ ଯାଇଥିବାବେଳେ ନମୁନା ପରୀକ୍ଷାରୁ ଜଣାପଡିଥିଲା ସେ କରୋନା ପଜିଟିଭ୍ । ପରେ ତାଙ୍କର ଫୁସ୍‌ଫୁସ୍‌ରେ ମଧ୍ୟ ସଂକ୍ରମଣ ହୋଇଥିଲା। ହସ୍ପିଟାଲ ବୟାନରେ କୁହାଯାଇଥିଲା ଯେ, ଗତକାଲି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟରେ ଅବନ୍ନତି ଦେଖା ଯାଇଥିଲା। ଫୁସ୍‌ଫୁସ୍‌ରେ ସଂକ୍ରମଣ କାରଣରୁ ସେପଟିକ୍ ଆଘାତ ଲାଗିଥିଲା। ଏକ ବିଶେଷଜ୍ଞ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ।

https://twitter.com/ABHIJIT_LS/status/1300407074560471041?s=20

Leave a Reply

Your email address will not be published. Required fields are marked *