ସେପ୍ଟେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର, ହେବନାହିଁ ସପ୍ତାହାନ୍ତ ସଟ୍ ଡାଉନ

ଭୁବନେଶ୍ୱର, ୩୧|୦୮: ଆଜି ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ତେବେ ଏଥିରେ କଣ ସବୁ କୋହଳ କରିଛନ୍ତି ରାଜ୍ୟ ସରକାର ଆସନ୍ତୁ ଜାଣିବା:

  • କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ ଡାଉନ ଏବଂ ସଟ୍ ଡାଉନ
  • ରାଜ୍ଯରେ ଲାଗି ହେବନାହିଁ ସପ୍ତାହାନ୍ତ ସଟ୍ ଡାଉନ ଏବଂ ନାଇଟ୍ କର୍ଫ୍ଯୁ
  • କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏଁ ଲକ ଡାଉନ ଜାରି ରହିବ
  • ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିପାରିବେ
  • ସେପ୍ଟେମ୍ବର ୩୦ ଯାଏଁ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ
  • ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବ
  • ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ
  • ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିବ
  • ସାମାଜିକ, ରାଜନୈତିକ, କ୍ରୀଡା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ
  • ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ ସମାବେଶ ବନ୍ଦ ରହିବ
  • ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ
  • ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତା ଦେଖା ଚାଲୁ ରହିବ
  • ଅନଲାଇନ ପାଠପଢା ଚାଲୁ ରହିବ, ଡିସଡାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ
  • ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ମିଳିବ

Leave a Reply

Your email address will not be published. Required fields are marked *