ଧନେଶ୍ବରଙ୍କ ଠାରୁ ୧ କୋଟି ୧୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ

ବାଲେଶ୍ବର ,୦୧|୦୯: ( ସଂକେତ୍ ଟିଭି) ନିଲମ୍ବିତ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁ ହେଲେ ଅଚଳାଚଳ ସମ୍ପତିର ମାଲିକ । ଆଜି ଭିଜିଲାନ୍ସ ତାଙ୍କର ଜଳେଶ୍ବର ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଏପର୍ଯ୍ଯନ୍ତ ଏକ କୋଟି 11 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି । ସେଥିରେ 43 ଲକ୍ଷ ଟଙ୍କାର ଭୂବନେଶ୍ବରରେ ଗୋଟିଏ ଫ୍ଲାଟ୍, କଟକ ଜିଲ୍ଲା ବଡଭୂଇଁରେ 17 ଲକ୍ଷ ଟଙ୍କାର ଗୋଟିଏ ଦୁଇ ମହଲା କୋଠା, ବଡଭୂଇଁରେ ମନ୍ଦିର 24 ଲକ୍ଷ ଟଙ୍କାର ମନ୍ଦିର ନିର୍ମାଣ, 10 ଲକ୍ଷ ଟଙ୍କାର ଗୋଟିଏ ସ୍କୋର୍ପିଓ, ସାଢେ 6 ଲକ୍ଷ ଟଙ୍କାର ବ୍ଯାଙ୍କ ଏବଂ ପୋଷ୍ଟ ଅଫିସ ଡିପୋଜିଟ୍, 3ଲକ୍ଷ 61 ହଜାର ଟଙ୍କାର ବୀମା ଆଦି ଠାବ କରାଯାଇଛି ।

ଆଜି ସକାଳୁ ଧନେଶ୍ବର ସାହୁଙ୍କ କଟକ ଜିଲ୍ଲାର ନରସିଂହପୁରର ବଡଭୂଇଁ ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବରର କୈଳାଶ ବିହାରରେ ଥିବା ଏକ ଫ୍ଲାଟ, ନରସିଂହପୁରର ବଡଧୁଆରେ ଥିବା ତାଙ୍କ ସଂପର୍କୀୟଙ୍କ ଘର, ଜଳେଶ୍ବର ଥାନାରେ ଥିବା ତାଙ୍କ ସରକାରୀ ବାସଭବନ, ଜଳେଶ୍ବର ଦୁଃଖସୁଖିଆରେ ଓ କଟକ ନିମପୁରର ନାନଙ୍କରଠାରେ ଥିବା ତାଙ୍କ ସହଯୋଗୀଙ୍କ ଘର ଉପରେ ଭିଜିଲାନ୍ସ ଟିମ୍ ଚଢାଉ ହୋଇଥିଲା।

ସୂଚନା ଅନୁସାରେ, ନିଶା କାରବାରରେ ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରୁଥିବାର ଅଡ଼ିଓ ସାମ୍ନାକୁ ଆସିଥିଲା । ଏହା ପରେ ତାଙ୍କୁ ପୋଲିସ ଜିଲ୍ଲା ମୁଖ୍ଯାଳୟକୁ ବଦଳୀ କରାଯାଇଥିଲା ପରେ ଗତ ୧୫ ତାରିଖରେ ପୋଲିସ ଡିଜି ଅଭୟ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

Leave a Reply

Your email address will not be published. Required fields are marked *