ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସିଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ଚଢାଉ

ବାଲେଶ୍ବର,୧।୯ : (ସଂକେତ୍ ଟିଭି) ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ଜଳେଶ୍ବର ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଧନେଶ୍ବର ସାହୁଙ୍କ କଟକ ଜିଲ୍ଲାର ନରସିଂହପୁରର ବଡଭୂଇଁ ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବରର କୈଳାଶ ବିହାରରେ ଥିବା ଏକ ଫ୍ଲାଟ, ନରସିଂହପୁରର ବଡଧୁଆରେ ଥିବା ତାଙ୍କ ସଂପର୍କୀୟଙ୍କ ଘର, ଜଳେଶ୍ବର ଥାନାରେ ଥିବା ତାଙ୍କ ସରକାରୀ ବାସଭବନ, ଜଳେଶ୍ବର ଦୁଃଖସୁଖିଆରେ ଓ କଟକ ନିମପୁରର ନାନଙ୍କରଠାରେ ଥିବା ତାଙ୍କ ସହଯୋଗୀଙ୍କ ଘର ଉପରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି।

ସୂଚନା ଅନୁସାରେ, ନିଶା କାରବାରରେ ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରୁଥିବାର ଅଡ଼ିଓ ସାମ୍ନାକୁ ଆସିଥିଲା । ଏହା ପରେ ତାଙ୍କୁ ପୋଲିସ ଜିଲ୍ଲା ମୁଖ୍ଯାଳୟକୁ ବଦଳୀ କରାଯାଇଥିଲା ପରେ ଗତ ୧୫ ତାରିଖରେ ପୋଲିସ ଡିଜି ଅଭୟ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

Leave a Reply

Your email address will not be published. Required fields are marked *