ଯାତ୍ରା ଖଳନାୟକ ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ୱର ୧୨/୦୯ : ଯାତ୍ରା ଖଳନାୟକ ଭିକୁ ସେଠ୍ ଙ୍କ ୫୫ ବର୍ଷ ବୟସରେ ପରଲୋକ ହୋଇଛି । କଟକ ଚୌଦ୍ୱାର ସ୍ଥିତ ବାସଭବନରେ ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି ।

ଭିକୁ ସେଠ୍ ନାଁରେ ପରିଚିତ ଥିବା ମହେନ୍ଦ୍ର ଦାସ ଯାତ୍ରା ଜଗତରେ ଥିଲେ ଜଣେ ନାମୀ କଳାକାର । ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତାକୁ ନେଇ ଖୁବ ଚର୍ଚ୍ଚା । ‘ଶାଗୁଣା ବସିଛି ଡେଣା ମେଲାଇ’ରୁ ଲୋକପ୍ରିୟତା ହାସଲ କରିଥିଲେ ମହେନ୍ଦ୍ର ଦାସ । ଗୌରୀ ଓ କଳିଙ୍ଗ ଗଣନାଟ୍ୟରେ ସେ ବହୁଦିନ ଧରି କାମ କରିଥିଲେ । ଗୋଟିଏ ସମୟରେ ତାଙ୍କୁ ନେଇ କଳିଙ୍ଗ ଗଣନାଟ୍ୟ ମଧ୍ୟ ନିଜର ପରିଚୟ ତିଆରି କରିଥିଲା । ପାର୍ବତୀ ଗଣନାଟ୍ୟ ଓ ଧଉଳି ଗଣନାଟ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି । ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା ଯେ ମହେନ୍ଦ୍ର ଦାସ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ଯଶୋଦା’ରେ ମଧ୍ୟ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଭିକୁ ସେଠ୍ ଙ୍କ ନିଧନ ଯାତ୍ରା ଜଗତରେ ଏକ ଖାଲି ସ୍ଥାନ ଛାଡି ଯାଇଛି । ୩୦ ବର୍ଷ ଜାରି ରହିଥିବା ଯାତ୍ରା ଅଭିନୟରେ ଅନ୍ତ ଘଟିଛି । ଏହା ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *