ସୁବର୍ଣ୍ଣରେଖା ନଦୀରେ ତିଆରି ହେବ ହାଇଲେଭେଲ୍ ବ୍ରିଜ୍

ଭୁବନେଶ୍ବର ୧୫/୯: ୩ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ ବ୍ଲକର ଜାମକୁଣ୍ଡା ଓ ଭୋଗରାଇ ବ୍ଲକର ଅଡଙ୍ଗାପନ୍ତେଇ ମଧ୍ଯରେ ଏହି ସେତୁ ନିର୍ମାଣ ହେବ। ୯୯୩. ୧୨ ମିଟର ଲମ୍ବ ଏବଂ ୬୨.୦୭ ମିଟର ଓସାର ବିଶିଷ୍ଟ ଏହି ବ୍ରିଜ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ। ଏହାର ନିର୍ମାଣ ହେଲେ ଭୋଗରାଇ ଏବଂ ବାଲିଆପାଳ ବ୍ଲକ ମଧ୍ଯରେ ଗମନାଗମନ ପାଇଥିବା ଦୂରତା ହ୍ରାସ ପାଇବ ।

ସେହିପରି ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରସ୍ତାବିତ ବିଧେୟକ ମାଧ୍ୟମରେ ପଞ୍ଜିକୃତ ଟିକସଦାତା ଉପକୃତ ହେବେ । କର ପ୍ରଶାସକମାନେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *