+ ୨ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍ ମାର୍କ

ଭୁବନେଶ୍ବର ୧୮/୯: ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏଥର ରାଜ୍ୟରେ ରେଭେନ୍ସା ଜୁନିଅର କଲେଜ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ଥିବା ଜଣାଯାଇଛି । ରେଭେନ୍ସାରେ କଳାରେ ୭୨.୫ ପ୍ରତିଶତ କଟ୍‌ ଅଫ୍ ମାର୍କ ଥିବାବେଳେ ବିଜ୍ଞାନରେ କଟ୍ ଅଫ୍ ମାର୍କ ୮୯ ପ୍ରତିଶତ, ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୫.୮୩ ପ୍ରତିଶତ ରହିଛି।

ବିଜେବି କଲେଜରେ କଳା ବିଭାଗ ପାଇଁ କଟ୍‌ ଅଫ୍ ମାର୍କ ୭୧.୮୩ ପ୍ରତିଶତ ରହିଥିବାବେଳେ ବିଜ୍ଞାନ ବିଭାଗ ପାଇଁ କଟ୍‌ ଅଫ୍ ମାର୍କ ୮୮.୬ ପ୍ରତିଶତ, ବାଣିଜ୍ୟ ବିଭାଗ ପାଇଁ କଟ୍‌ ଅଫ୍ ମାର୍କ ୭୪ ପ୍ରତିଶତ ରହିଛି।

ସେହିପରି ଶୈଳବାଳାରେ କଳା ବିଭାଗ ପାଇଁ କଟ୍‌ ଅଫ୍ ମାର୍କ ୬୭.୩୩ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗ ପାଇଁ କଟ୍‌ ଅଫ୍ ମାର୍କ ୭୦ ପ୍ରତିଶତ ରହିଛି। ରମାଦେବୀରେ କଳା ବିଭାଗ ପାଇଁ କଟ୍‌ ଅଫ୍ ମାର୍କ ୬୪.୩୩ ପ୍ରତିଶତ ରହିଛି।

ଅପରପକ୍ଷରେ ବିଜ୍ଞାନରେ ଦ୍ବିତୀୟ ସ୍ଥାନରେ ବିଜେବି ହାୟର୍ ସେକେଣ୍ଡାରି ସ୍କୁଲ ରହିଥିବାବେଳେ ତୃତୀୟ ସ୍ଥାନରେ ବ୍ରହ୍ମପୁର ନୀଳକଣ୍ଠନଗରର ସରସ୍ବତୀ ବିଦ୍ୟାମନ୍ଦିର କଟ୍ ଅଫ୍ ମାର୍କ ରହିଛି ୮୬.୬୭% ରହିଛି।

କଳାରେ ମଧ୍ଯ ରେଭେନ୍ସା ଜୁନିଅର କଲେଜ ତଳକୁ ଦ୍ବିତୀୟ ସ୍ଥାନରେ ବିଜେବି ହାୟର୍ ସେକେଣ୍ଡାରି ସ୍କୁଲ ରହିଛି। ଅପରପକ୍ଷରେ ତୃତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୬୭,୮୩% ରହିଛି।

ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ତଳକୁ ଦ୍ବିତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୭୫.୫% ରହିଛି। ତୃତୀୟ ସ୍ଥାନରେ ଥିବା ବିଜେବି ହାୟର୍ ସେକେଣ୍ଡାରି ସ୍କୁଲ ରହିଛି।

Leave a Reply

Your email address will not be published. Required fields are marked *