ଜଳେଶ୍ୱର ସୁବର୍ଣ୍ଣରେଖା ହୋଟେଲରେ ସେକ୍ସ ରାକେଟ ଠାବ, ୨ ମହିଳା ଅଟକ

ବାଲେଶ୍ବର, ୧୯/୦୯ : ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ବର ସହରରେ ଥିବା ସୁବର୍ଣ୍ଣରେଖା ହୋଟେଲ ଉପରେ ଜଳେଶ୍ୱର ପୋଲିସ ଚଢ଼ାଉ କରି ୨ ମହିଳାଙ୍କ ସହିତ ଜଣେ ପୁରୁଷଙ୍କୁ ଅଟକ କରିଛି । ତେବେ ଦୀର୍ଘ ଦିନ ଧରି ଏହି ହୋଟେଲରେ ଦେହ ବ୍ୟବସାୟ ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇଛି । ଏ ବିଷୟରେ ପୋଲିସ ପାଖରେ ଖବର ଥିଲା । ଶନିବାର ଦିନ ଜଳେଶ୍ୱର ପୋଲିସ ଅଚାନକ ହୋଟେଲ ଉପରେ ଚଢ଼ାଉ କରିଥିଲା । ହୋଟେଲରୁ ୨ ମହିଳା ସମେତ ହୋଟେଲ ମ୍ୟାନେଜରକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

Leave a Reply

Your email address will not be published. Required fields are marked *