ହ୍ବାଟସଆପରେ ସାମିଲ ହେବ ୪ଟି ନୂଆ ଫିଚର

ନୂଆଦିଲ୍ଲୀ ୧୯।୯: ହ୍ବାଟସଆପ୍ ରେ ୪ଟି ନୂଆ ଫିଚର ସାମିଲ ହେବାକୁ ଯାଉଛି । ଯାହାର ପରୀକ୍ଷଣ କମ୍ପାନୀ ତାର ଆପର ବିଟା ଭର୍ସନ ଏବଂ ଡେସ୍କଟପ ଭର୍ସନରେ ଆରମ୍ଭ କରିସାରିଛି । ତେବେ ଏହି ନୂଆ ଫିଚର ଗୁଡିକ ହେଲା

  1. ଗ୍ରୁପ୍ କଲ୍ ପାଇଁ ଅଲଗା ରିଙ୍ଗଟୋନ୍ ଚୟନ କରିବାର ସୁବିଧା

ହ୍ବାଟସଆପ୍ ଉପଭୋକ୍ତାଙ୍କୁ ଗ୍ରୁପ୍ କଲ୍ ପାଇଁ ଅଲଗା ରିଙ୍ଗଟୋନ୍ ଚୟନ କରିବାର ସୁବିଧା ଶୀଘ୍ର ଉପଲବ୍ଧ ହେବ । ଫଳରେ ଆପଣ ଫୋନ୍ ନଦେଖି ଗ୍ରୁପ୍ କଲ୍ ଆସୁଥିବା ଜାଣିପାରିବେ । କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଲାଭଦାୟକ ହେବ ।

  1. ହ୍ବାଟସଆପ୍ ଡୁଡଲ୍ସର ସୁବିଧା

ହ୍ବାଟସଆପ୍ ରେ ଖୁବ୍ ଶୀଘ୍ର ଡୁଡଲ୍ସର ନୂଆ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଯାହା ବର୍ତ୍ତମାନ ଡେସ୍କଟପ୍ ଭର୍ସନରେ ପରୀକ୍ଷଣ କରାଯାଉଛି । ଏହି ଫିଚରକୁ ଆପ୍ ରେ ମଧ୍ୟ ସାମିଲ କରାଯିବ । ଏହା ବ୍ୟତୀତ ଆପଣ ଚାଟ୍ ରେ ବ୍ୟାକଗ୍ରାଉଣ୍ଡ ଡୁଡଲ୍ସର ବ୍ୟବହାର ମଧ୍ୟ କରିପାରିବେ ।

  1. ନୂଆ ରୂପରେ କଲିଂ UI

ଉପଭୋକ୍ତାମାନଙ୍କ ପାଇଁ କଲିଂକୁ ନଆହୁରି ସୁବିଧାଜନକ କରିବା ପାଇଁ ଆପ୍ ରେ ନୂଆ ଇଣ୍ଟରଫେସ୍ ଦେଖିବାକୁ ମିଳିବ । ଏଥିରେ କଲ୍ ବଟନ୍ କୁ ତଳକୁ ସ୍ଥାନାନ୍ତର କରାଯିବ । ଫଳରେ କଲ୍ କରିବା ସମୟରେ ଏହା ଉପଭୋକ୍ତାଙ୍କ ପାଇଁ ସୁବିଧା ହେବ ।

  1. ଆନିମେଟେଡ୍ ଷ୍ଟିକର

ହ୍ବାଟସଆପ୍ ରେ ଖୁବଶୀଘ୍ର ଉପଭୋକ୍ତାଙ୍କୁ ଆନିମେଟେଡ୍ ଷ୍ଟିକରର ସୁବିଧା ମିଳିବ । ଏଭଳି ସୁବିଧା ଅନ୍ୟ ଆପ୍ ଗୁଡିକରେ ଉପଲବ୍ଧ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ହ୍ବାଟସଆପ୍ ରେ ମଧ୍ୟ ଏହାକୁ ସାମିଲ କରାଯିବ । ବର୍ତ୍ତମାନ ଆପ୍ ର ବିଟା ଭର୍ସନରେ ଏହି ଷ୍ଟିକରର ପରୀକ୍ଷଣ ଚାଲୁ ରହିଛି ।