ଜଳେଶ୍ବରରେ ସେକ୍ସ ରାକେଟ୍ ଚଢ଼ାଉ ବେଳେ ଧରାପଡିଲେ ପୋଲିସ କନେଷ୍ଟବଳ

ବାଲେଶ୍ବର ୨୦।୯: ଜଳେଶ୍ବର ସହରର ସୁବର୍ଣ୍ଣରେଖା ଲଜ୍‌ରେ ହୋଇଥିବା ସେକ୍ସ ରାକେଟ ଉପରେ ପୋଲିସର ଚଢାଉ ସମୟରେ ଧରାପଡିଲେ ରେମୁଣା ଥାନାର କନେଷ୍ଟେବଲ। ଗିରଫ କନେଷ୍ଟବଳ ହେଲେ ସଞ୍ଜୟ ରାଉତ। ସଞ୍ଜୟ ରେମୁଣା ଥାନାରେ କାର୍ଯ୍ଯ କରୁଥିଲେ ।

ସୂଚନା ଅନୁସାରେ, ଗତକାଲି ସୁବର୍ଣ୍ଣରେଖା ହୋଟେଲ ଉପରେ ଜଳେଶ୍ୱର ପୋଲିସ ଚଢ଼ାଉ କରିଥିଲା । ଏହି ଚଢାଉ ସମୟରେ ୨ ମହିଳାଙ୍କ ସମେତ ତିନି ଜଣ ପୁରୁଷଙ୍କୁ ଗିରଫ କରିଥିଲା । ତେବେ ଦୀର୍ଘ ଦିନ ଧରି ଏହି ହୋଟେଲରେ ଦେହ ବ୍ୟବସାୟ ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା । ଏ ବିଷୟରେ ପୋଲିସ ପାଖରେ ମଧ୍ୟ ଖବର ଥିଲା । ଶନିବାର ଦିନ ଜଳେଶ୍ୱର ପୋଲିସ ଅଚାନକ ହୋଟେଲ ଉପରେ ଚଢ଼ାଉ କରିଥିଲା । ତେବେ ଏହି ରାକେଟରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ତାନେଇ ପୋଲିସ ଖୋଲତାଡ ଜାରି ରଖିଛି ।

Leave a Reply

Your email address will not be published. Required fields are marked *