ଘରୋଇ କଳିକୁ କେନ୍ଦ୍ରକରି ବଡ ଭାଇର ଭୂଜାଲି ମାଡରେ ସାନ ଭାଇ ମୃତ

ସୋର ୨୧।୯: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ନୁଆପୁର ଗ୍ରାମରେ ଘରୋଇ କଳିକୁ ନେଇ ବଡ ଭାଇର ଭୂଜାଲି ମାଡରେ ସାନ ଭାଇ ମୃତ୍ଯୁ ବରଣ କରିଛନ୍ତି । ଖବର ନେବାରୁ ଜଣା ପଡିଛି ଯେ ନୁଆପୁର ଗ୍ରାମର ବଡ ଭାଇ ଶଶିକାନ୍ତ ମଳିକ ଓ ସାନ ଭାଇ ରତିକାନ୍ତ ବାହାରେ ରହି କାମ କରୁଥିଲେ । ତେବେ ଲକ୍ ଡାଉନ ପାଇଁ ଗତ କିଛି ମାସ ହେବ ଘରେ ରହୁଥିଲେ । କିଛି ଦିନ ହେବ ଦୁଇ ଭାଇଙ୍କ ମଧ୍ୟରେ ଘରୋଇ ସମସ୍ୟା ନେଇ କଳହ ଲାଗିରହୁଥିଲା । ଆଜି ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଶଶିକାନ୍ତ ଉତକ୍ଷିପ୍ତ ହୋଇ ରତିକାନ୍ତଙ୍କୁ ଏକ ଭୁଜାଲିରେ ଅକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ରତିକାନ୍ତଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତର ଖାନା କୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଶଶିକାନ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *