ଡ୍ରଗ୍ସ କାରବାର ମାମଲାରେ ଆସିଲା ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜାଙ୍କ ନାମ

ମୁମ୍ବାଇ ୨୨।୦୯: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଗତକାଲି ଅଭିନେତ୍ରୀ ଦୀପିକା ପାଦୁକନଙ୍କ ନାମ ଆସିବା ପରେ ସାରା ବଲିଉଡ ଜଗତ ଦୋହଲି ଯାଇଥିଲା । ତେବେ ଆଜି ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା ମିର୍ଜାଙ୍କ ନାମ ଥିବା ଖବର ସାମ୍ନାକୁ ଆସିଛି। ସେପଟେ ଦୀୟା ଏହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ତାଙ୍କୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତି । ସେ ବହୁ କଷ୍ଟରେ ନିଜ କ୍ଯାରିଅର ଗଢିଛନ୍ତି । ସେ କେବେ ଡ୍ରଗ୍ସ ନେଇ ନାହାଁନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଅନୁଜ କେଶଓ୍ଵାନୀ ଓ ଅଙ୍କୁଶଙ୍କୁ ଜେରା ବେଳେ ମଙ୍ଗଳବାର ଏନସିବି ୪୦ ବର୍ଷୀୟ ଦୀୟାଙ୍କ ବିଷୟରେ ଜାଣିବାକୁ ପାଇଥିଲା। ଦୀୟାଙ୍କ ମ୍ୟାନେଜର ଡ୍ରଗ୍ସ ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ୨୦୧୯ରେ ଦୀୟାଙ୍କ ପାଇଁ କିଣାଯାଇଥିବା ଡ୍ରଗ୍ସର ବଳିଷ୍ଠ ପ୍ରମାଣ ଏନସିବି ହାତରେ ଲାଗିଛି। ତାଙ୍କ ମ୍ୟାନେଜର ଡ୍ରଗ୍ସ ମାଫିଆଙ୍କ ସହ ଦୁଇ ଥର ମିଟିଂ କରିଥିବା ମଧ୍ୟ ଜଣା ପଡିଛି। ଏଥିପାଇଁ ଆଗାମୀ ସମୟରେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପ୍ରଥମେ ଜେରା ପାଇଁ ଡକାଯାଇପାରେ। ଏହା ପରେ ଦୀୟାଙ୍କୁ ଏନସିବିର ସାମ୍ନା କରିବାକୁ ପଡିପାରେ।

ଏହା ପୂର୍ବରୁ ଏହି କେସ୍‌ରେ ସାରା ଅଲି ଖାନ, ଦୀପିକା ପାଦୁକନ, ଶ୍ରଦ୍ଧା କପୁର ଓ ନମ୍ରତା ଶିରୋଡକରଙ୍କ ନାମ ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *