ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂଙ୍କ ପରଲୋକ
ନୂଆଦିଲ୍ଲୀ ୨୭।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଶୱନ୍ତ ସିଂଙ୍କ ରବିବାର ସକାଳେ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି ।
ଜସୱନ୍ତ ସିଂ ୩ ଜାନୁଆରୀ ୧୯୩୮ମସିହାରେ ଜନ୍ମଗ୍ରହଣ କରିଥିଲେ । ଯଶବନ୍ତ ସିଂ ୧୯୬୦ରେ ଭାରତୀୟ ସେନାରେ ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ଶାସନ ସମୟରେ ଯଶବନ୍ତ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀପଦ ସମ୍ଭାଳି ନେଇଥିଲେ।
ଜସୱନ୍ତଙ୍କ ରାଜନୈତିକ କ୍ୟାରିୟର ଅନେକ ଉତଥାନ-ପତ୍ତନ ଦେଇ ଗତି କରିଛି । ୧୯୯୯ରେ ଅପହରଣ ହୋଇଥିବା ଏୟାର ଇଣ୍ଡିଆର ବିମାନ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆତଙ୍କବାଦୀଙ୍କ ସହ କାନ୍ଦାହାରକୁ ଯାଇଥିବାରୁ ତାଙ୍କୁ କଡା ସମାଲୋଚନା ଶିକାର ହେବାକୁ ପଡିଥିଲା । ଏନଡିଏ ଶାସନ କାଳରେ ଜସୱନ୍ତ ସିଂ ସବୁବେଳେ ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ବାସର ପାତ୍ର ଥିଲେ ।