ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ
ଓ୍ବାଶିଂଟନ୍ ୦୨/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲେନିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରିଥିଲେ। ମାତ୍ର ଏହା ପୂର୍ବରୁ ଟ୍ରମ୍ପ ଓ ମେଲେନିଆ ନିଜକୁ କ୍ବାରାଣ୍ଟାଇନରେ ରଖିଥିଲେ। କେବଳ ସେମାନେ ନିଜର ଟେଷ୍ଟ ରିପୋର୍ଟ ଅପେକ୍ଷାରେ ଥିଲେ। ଟ୍ରମ୍ପ ଏକଥା ଟ୍ବିଟ୍ କରି ଜଣାଇଛନ୍ତି। ସେ କହିଛନ୍ତି ଆଜି ମୁଁ ଓ ଫାଷ୍ଟ ଲେଡି କରୋନାରେ ସଂକ୍ରମିତ। ଆମେ ଆମର କ୍ବାରଣ୍ଟାଇନ୍ ଓ ସୁସ୍ଥ ହେବା ପ୍ରକ୍ରିୟା ଆରମ୍ଭ କରି ଦେଇଛୁ। ଆମେ ଏହାକୁ ଏକାଠି ଜିତିବୁ।