ହାଥରସ ଗଣଦୁଷ୍କର୍ମ ମାମାଲର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେପଟେ ପୀଡ଼ିତାଙ୍କ ଭାଇ କହିଛନ୍ତି ସେମାନେ ସିବିଆଇ ତଦନ୍ତ ନୁହେଁ, ନ୍ୟାୟିକ ତଦନ୍ତ ଚାହୁଁଛନ୍ତି । ଉତ୍ତରପ୍ରଦେଶ ହଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ବି ତୀବ୍ର ହୋଇଛି । ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ।

ସୁଚନା ଅନୁସାରେ, ଦଳିତ ଝିଅ କ୍ଷେତ କୁ କାମ କରିବାକୁ ନିଜ ମାଆ ଙ୍କ ସହ ଯାଇଥିବା ବେଳେ ଆକ୍ରମଣ କରିଥିଲେ ୪ଜଣ ଯୁବକ, ଝିଅକୁ ନେଇ କ୍ଷେତ ମଧ୍ୟରେ ଦୁଷ୍କର୍ମ କରିଥିଲେ । ମାଆ ଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ ଲୋକ କିନ୍ତୁ କେହି ବିରୋଧ ମଧ୍ୟ କରି ପାରିଲେ ନାହିଁ। ବଳାତ୍କାର ପରେ ହତ୍ୟାକାଣ୍ଡ ହୋଇଥିଲା। ଜାତି ଭିତ୍ତିକ ଗଣ୍ଡଗୋଳ ଯୋଗୁଁ ପୀଡ଼ିତା ଙ୍କ ସହ ଭୀଷଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ ରହିଛି ।

Leave a Reply

Your email address will not be published. Required fields are marked *