କରୋନାରେ ବରିଷ୍ଠ ବିଜେଡି ନେତା ତ୍ରିଲୋଚନ ବେହେରାଙ୍କ ପରଲୋକ

ବସ୍ତା, ୫।୧୦: ( ପ୍ରଶାନ୍ତ ସେନାପତି) କରୋନାରେ ଆକ୍ରାନ୍ତ ହୋଇ ମୃତ୍ଯୁ ବରଣ କଲେ ବରିଷ୍ଠ ବିଜେଡି ନେତା ତ୍ରିଲୋଚନ ବେହେରା । ସେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ର 15 ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ଯ ଥିଲେ । ବସ୍ତା ବ୍ଲକର ବିଜେଡି ସଭାପତି ହିସାବରେ ମଧ୍ଯ ଦାୟିତ୍ବ ତୁଲାଇ ଥିଲେ । ସେ ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦ୍ଦା ପଞ୍ଚାୟତର ଉପରତାପୁଣ୍ତିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦୀର୍ଘବର୍ଷ ଧରି ବିଜୁ ଜନତା ଦଳର ସେ ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ଯ କରୁଥିଲେ । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ସକାଳା 10 ଟା ରେ ତାଙ୍କର ପରଲୋକ ହୋଇଛି । ତାଙ୍କର ମୃତ୍ଯୁ ଖବର ପାଇ ବସ୍ତା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *