ଦୁଇ ନକଲି ଏସଟିଏଫ୍ ଗିରଫ, ନକଲି ପୋଲିସ ଗାଡି ଜବତ

ବାଲେଶ୍ବର, ୬।୧୦: ବାଲେଶ୍ଵର ଜିଲା ଶେରଗଡ ଟୋଲ ପ୍ଲାଜା ନିକଟରୁ ଦୁଇ ନକଲି ଏସଟିଏଫ୍ ଅଫିସରକୁ ଖନ୍ତାପଡା ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଭୁବନେଶ୍ବରରୁ ବାଲେଶ୍ୱର ଅଭିମୁଖେ ଏକ ହଳଦିଆ ବତି ଲାଗିଥିବା ସ୍କୋର୍ପିଓ ଗାଡିରେ ଦୁଇ ଜଣ ଯୁବକ ଆସି ଖନ୍ତାପଡା ଟୋଲଗେଟର ୧ ନମ୍ବର ଗେଟରେ ରୋଡ଼ ବେରିକେଡ଼ରେ ଧକ୍କା ଦେଇଥିଲେ । ଏହା ସହିତ ସେମାନେ ନିଜକୁ ଏସଟିଏଫ ର ପରିଚୟ ଦେଇ ଟୋଲ ଫି ଛାଡ କରିଵାକୁ କହିଥିଲେ । ମାତ୍ର ଟୋଲ ଗେଟ କର୍ମଚାରୀ ପରିଚୟ ପତ୍ର ଦେଖାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଯକ୍ତି ତର୍କ ହୋଇଥିଲା। ପରେ ଟୋଲ ଗେଟ ନିକଟରେ ଥିବା ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ଖବର ପାଇ ଖନ୍ତାପଡ଼ା ଥାନାଧିକାରୀ ପରେଶ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବନ୍ଧୁକ ବାହାରିବା ସହ ସେମାନେ ନକଲି ଏସଟିଏଫ ବୋଲି ଜଣା ପଡିଥିଲା । ଅନ୍ୟ ପକ୍ଷରେ ଏହି ଯୁବକଙ୍କ ସହିତ ଧସ୍ତାଧସ୍ତି ବେଳେ ଶେରଗଡ଼ ଫାଣ୍ଡି ଅଧିକାରୀ ଡି କ୍ରୀଷ୍ଣା ପିଙ୍ଗୁଆ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଗାଡିରେ ନାଲିବତି ଲାଗିଥିଲା ଓ ଅଭିଯୁକ୍ତ ଗଞ୍ଜାମରୁ ଆସିଥିଲେ। ଦୁଇଜଣଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *