କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ ସିଲ୍

ଭୁବନେଶ୍ବର ୧୦।୧୦: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୧୫ ଦିନ ପାଇଁ ସିଲ୍ କରାଯାଇଛି । ସାଂସଦ ତାଙ୍କ କାର୍ଯ୍ୟାଳୟରେ ନିଜ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା ।

ସେପଟେ ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣି ଡିସିପି ଅଫିସରେ ଫେରାଦ ହୋଇଛନ୍ତି ମେଡିକାଲ ଷ୍ଟାଫ୍‌, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍‌ ସଚେତକମାନେ । ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି । ସାଂସଦଙ୍କ ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗତକାଲି ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଅପରାଜିତାଙ୍କ ବିରୋଧରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ ଅଭିଯୋଗ ଆଣି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜ ଜନ୍ମଦିନ ପାଳନ ସମୟରେ ସାଂସଦ କୋଭିଡ୍ କଟକଣାକୁ ମାନି ନାହାଁନ୍ତି । ଉତ୍ସବରେ ସାମିଲ ଅନେକ ମଧ୍ୟ କୋଭିଡ ନିୟମକୁ ଏଡାଇ ଯାଇଛନ୍ତି । ଏପରିକି ସାଂସଦଙ୍କ ସହ ଥିବା ଅନେକ ମହିଳା ମଧ୍ୟ ମାସ୍କ ପିନ୍ଧିନଥିଲେ ବୋଲି ଦିବ୍ୟଶଙ୍କର ମିଶ୍ର ଅଭିଯୋଗ ରଖିଥିଲେ ।

Leave a Reply

Your email address will not be published. Required fields are marked *