ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରାଙ୍କ ଦେହାନ୍ତ

ନୀଳଗିରି,୧୦/୧୦ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ବରିଷ୍ଠ ସାମ୍ୱାଦିକ ରତ୍ନାକର ବେହେରାଙ୍କ ବିୟୋଗ ହୋଇଛି। ସୂଚନାରୁ ପ୍ରକାଶ କି ନୀଳଗିରି ଏନଏସି ଅଧିନ କାହାଳିଆ ଗ୍ରାମର ଜନ୍ମିତ ରତ୍ନାକର ବେହେରା (୬୮) ଆଜି ଅପରାହ୍ନରେ ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ। ସେ ଜଣେ ସ୍ୱୀକୃତି ପ୍ରାପ୍ତ ସାମ୍ୱାଦିକ ହୋଇଥିବାରୁ ତାଙ୍କ ଯୁବାବସ୍ଥାରେ ଜଣେ ସମାଜସେବୀ ରୂପେ ପରିଚିତ ଥିଲେ। ପରେ ସେ ସାମ୍ବାଦିକ କ୍ଷେତ୍ରରେ ପରିଚୟ ସୃଷ୍ଟିକରି ଜଣେ ସଫଳ ସାମ୍ବାଦିକ ହୋଇଥିଲେ। ପରେ ସେ ସରକାରୀ ଭାବରେ ସ୍ୱୀକୃତି ମଧ୍ୟ ପାଇଥିଲେ। ସେ ଏକାଧାରରେ ନୀଳଗିରି ରଥଯାତ୍ରା ପାଇଁ ରଥ ନିର୍ମାଣ କମିଟିର ସଦସ୍ୟ,ଭଜନ ସନ୍ଧ୍ୟା କମିଟିର ସଦସ୍ୟ ଓ ନୀଳଗିରି ପୂଜ୍ୟପୂଜା କମିଟିର ସଭାପତି ସହ ବିଭିନ୍ନ ସାଂସ୍କୃତିକ କମିଟି ସହ ଜଡିତ ଥିଲେ। ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁ କରୋନା ପାଇଁ ହୋଇଛି କି ଅନ୍ୟ କାରଣରୁ ହୋଇଛି ଏନେଇ ସନ୍ଦେହ ଉପୁଜିଛି। ମୃତ ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରାନଯିବାର ନିୟମ ର ଦ୍ୱାହି ଦେଇ ପ୍ରଶାସନ ରହିଯାଇଛି। ତାଙ୍କ ମୃତ୍ୟୁରେ ନୀଳଗିରି ତଥା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ନୀଳଗିରି ସାମ୍ୱାଦିକ ବ୍ରଜକିଶୋର ପାଣି, ଅତୁଲ ସ, ଲୋକନାଥ ଦଳେଇ, ବିଶ୍ବମ୍ବର ଦାସ, ପ୍ରଫୁଲ୍ଲ ମାଝୀ, ରତିକାନ୍ତ ପରିଡା,ବିଭୁତି ଭୂଷଣ ବେହେରା,ଭଗବାନ ମହଲ,ପ୍ରଶାନ୍ତ ବିଶ୍ୱାଳ,ରାମଚନ୍ଦ୍ର ମହଲ,ଖଗେନ୍ଦ୍ର ପ୍ରମାଣିକ,ସତ୍ୟାନନ୍ଦ ପାତ୍ର,ଶ୍ରୀନିବାସ ପତି ,ପୁରୁଷୋତ୍ତମ ଦାସ ଅନ୍ୟ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀ,ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ,ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀ ଓ ଅକ୍ଷୟ ଆଚାର୍ଯ୍ୟ, ପ୍ରଦୀପ୍ତ ପଣ୍ଡା,ବିଜେଡି ନେତା ସନ୍ତୋଷ ଖଟୁଆ, ଗତିକୃଷ୍ଣ ନନ୍ଦ,ବିଜୟ ଲେଙ୍କା, ସବ୍ୟସାଚୀ ମହାପାତ୍ର,ରବିନ୍ଦ୍ର ପରିଡା ,ବିଜେପି ନେତା ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ନାୟକ,ଉପେନ୍ଦ୍ର ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *