ବାଲେଶ୍ଵର ତାମୂଳିଆ ଓଭରବ୍ରିଜ ଉପରୁ ତଳକୁ ଖସି ଯୁବକ ମୃତ

ନୀଳଗିରି,୨୦/୧୨ – ବାଲେଶ୍ଵର ଜିଲ୍ଲା ତାମୂଳିଆ ଓଭରବ୍ରିଜ ତଳକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ତାଙ୍କୁ ଗୁରୁତର ଭାବେ ବାଲେଶ୍ଵର ଡାକ୍ତରଖାନାକୁ ନେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାହାରିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ତାଙ୍କର ଛାତିରେ ପଥର ଗଳି ଯାଇଥିବାରୁ ପ୍ରବଳ ରକ୍ତଶ୍ରାବ ହେବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯୁବକ ଙ୍କ ଘର ନୀଳଗିରି ରଥଦାଣ୍ଡ ସ୍ଥିତ କଟଲ ସାହୁ । ସେ ଜଣେ ସମାଜସେବୀ ଓ ରାଜନୈତିକ ବିସ୍ଲେସଣ ଭାବେ ପରିଚିତ।ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏ ପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *