ସାଢେ ୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର, ନଗଦ ୨୩ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ବାଲେଶ୍ବର ୨୨/୧୧: ୬ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗର ସହିତ ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କଲା ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ପୋଲିସ । ମିଳିଥିବା ସୂଚନା ମୁତାବକ, ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ସହଦେବଖୁଣ୍ଟା ପୋଲିସ ଅରଡବଜାରର କୁଖ୍ୟାତ ଡ୍ରଗ ମାଫିଆ ଶେଖ ରାଜାର ଶଳା ମୁନ୍ନା ଖାନଙ୍କ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ ୬୫ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ୨୩ ଲକ୍ଷ ୫୮ ହଜାର ଟଙ୍କା ଜବତ କରିଥିଲା । ଜବତ ବ୍ରାଉନସୁଗରର ମୂଲ୍ଯ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମୁନ୍ନା ଖାନକୁ ପୋଲିସ ଗିରଫ କରି ପଚରା ଉଚରା ଜାରି ରଖିଛି । ସେପଟେ ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ କାର୍ତ୍ତିକ ଦାସ ଫେରାର ହୋଇଯାଇଥିବା ସହଦେବଖୁଣ୍ଟା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *