ଜି-ମେଲ୍, ଗୁଗୁଲ ଓ ୟୁଟ୍ଯୁବ୍ ସେବା ଠପ୍
ନୂଆଦିଲ୍ଲୀ ୧୪।୧୨: ସାରା ବିଶ୍ୱରେ ଜି-ମେଲ୍ ସମେତ ଗୁଗଲ ର କେତେକ ସେବା ବ୍ୟାହତ ହୋଇଛି। ମୁଖ୍ୟତଃ ଜି-ମେଲ୍ ଓ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ସୋମବାର ଦିନ 12ଟାରୁ ଏହି ସମସ୍ଯା ଦେଖାଯାଇଥିଲା ।
ସେବା ବ୍ୟାହତ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ ଲାଗି କାର୍ଯ୍ୟ ଆରମ୍ଭ ହୋଇଥିବା କୁହାଯାଇଛି। ସୋସିଆଲ ମିଡିଆରେ ଆସିଥିବା ଅଭିଯୋଗ ଆଧାରରେ କମ୍ପାନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।
ଗୁଗଲ ମେଟ୍, ଗୁଗଲ ଭଏସ୍ ଓ ଗୁଗଲ ଡକ୍ୟୁମେଣ୍ଟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ସମସ୍ୟାକୁ ଦେଖି କମ୍ପାନୀ ଅପଗ୍ରେଡ୍ କରିବା ଆରମ୍ଭ କରିଦେଇଛି। ୟୁଟ୍ୟୁବରେ ଭିଡିଓ ଅପଲୋଡ୍ ରେ ସମସ୍ୟା ହେବା ନେଇ ଅଭିଯୋଗ ପରେ କମ୍ପାନୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି।