ଗଳିପଡିଲା ପୃଥ୍ବୀ-୨ କ୍ଷେପଣାସ୍ତ୍ର, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ବାଲେଶ୍ବର ୧୬।୧୨: ( ସଂକେତ୍ ଟିଭି) ଖସିପଡିଲା ପୃଥ୍ବୀ-୨ କ୍ଷେପଣାସ୍ତ୍ର । ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନଂ ଲଞ୍ଚ ପେଡରୁ ଆଜି ରାତି ୭ଟା ୬ମିନିଟରେ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଦୁଇଥର ସନ୍ଧ୍ୟା କାଳୀନ ପରୀକ୍ଷଣ କରାଯାଇଥିଲା । ତେବେ ଏହା ପରୀକ୍ଷା ହେବାର ମାତ୍ର ଅଳ୍ପ ସମୟ ପରେ ଖସିପଡିଥିବା ଜଣାପଡିଛି । ଏହାର କିଛି ଅଂଶ ଏଗାର ହଜାର ଲୁଣାପାହିର ଜନବସତି ଅଞ୍ଚଳରେ ଖସିପଡିଥିବାବେଳେ ଅନ୍ଯ ଏକ ଅଂଶ ଜନୈକ ବ୍ୟକ୍ତିଙ୍କ ଫାର୍ମହାଉସରେ ଖସି ପଡିବା ସହ ତାହା ୨୦ ମିଟର ଗଭୀରକୁ ଗଳିପଡିଥିବା ସୁଚନା ମିଳିଛି । ଏହି କ୍ଷେପଣାସ୍ତ୍ର ପଡିବା ସମୟରେ ପ୍ରଚଣ୍ଡ ଶବ୍ଦରେ କମ୍ପିଥିଲା । ସ୍ଥାନୀୟ ଅଞ୍ଚଳ ଫଳରେ ଅଞ୍ଚଳବାସୀ ଭୟଭିତ ହୋଇପଡିଥିଲେ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପ୍ରତିରକ୍ଷା ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କ୍ଷେପଣାସ୍ତ୍ରର କିଛି ଅଂଶ ପଡିଥିବାର ସୂଚନା ରହିଛି , ସେନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି ଆଇଟିଆର ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *