ଅଫ୍ ଲାଇନ୍ ମାଧ୍ୟମରେ ବିଏଡ୍ ପରୀକ୍ଷାକୁ ବିରୋଧ କଲେ ଛାତ୍ରଛାତ୍ରୀ

ବାଲେଶ୍ଵର, ୧୯/୧୨: ଅଫ୍ ଲାଇନ୍ ମାଧ୍ୟମରେ ବାଲେଶ୍ଵର ଓ ଭଦ୍ରକରେ ଥିବା ଦୁଇ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରଥମ ବର୍ଷ ପରୀକ୍ଷା କରାଇବା ନେଇ ଫକୀରମୋହନ ବିଶ୍ଵବିଦ୍ୟାଳୟ ନିଷ୍ପତି ନେଇଛି । ଏହାକୁ ଛାତ୍ରଛାତ୍ରୀ ମାନେ ଜୋରଦାର ବିରୋଧ କରିଛନ୍ତି । ବର୍ତ୍ତମାନର କୋଭିଡ-୧୯ କଟକଣା ସମୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରୁଥିବା ବେଳେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ବାରମ୍ବାର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଛନ୍ତି । ଶୁକ୍ରବାର ପୁନଶ୍ଚ ଲିଖିତ ଭାବେ ନିଷ୍ପତିକୁ ବିରୋଧ କରିବା ପରେ, କୌଣସି ସନ୍ତୋଷ ଜଣକ ଉତ୍ତର ପାଇନଥିଲେ । ପରେ ଛାତ୍ରଛାତ୍ରୀ ଶୁକ୍ରବାର ଓ ଶନିବାର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଓ ସଦର ବିଧାୟକ ସ୍ଵରୂପ ଦାସଙ୍କୁ ଭେଟିଥିଲେ । ବିସିଜେଡି ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ର ଓ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମସ୍ୟାର ସମାଧାନ ପାଇଁ ଇଂ ଜେନା ଏବଂ ଶ୍ରୀଯୁକ୍ତ ଦାସ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ କଥା ଆଲୋଚନା କରିଛନ୍ତି । ତେବେ ସୋମବାର ସୁଦ୍ଧା କର୍ତ୍ତୃପକ୍ଷ ଯଦି ପିଲାଙ୍କ ସମସ୍ୟାର ସମାଧାନ ପାଇଁ ଧ୍ୟାନ ନଦିନନ୍ତି, ତେବେ ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରକାଶ ଥାଇକି, କ୍କୋଭିଦ୍-୧୯ ସମୟରେ ଅପ୍ ଲାଇନ୍ ପରୀକ୍ଷା ପାଇଁ ଅଧିକ ପିଲା ଏକତ୍ରିତ ହେଲେ, ସଂକ୍ରମଣର ଭୟ ରହିଥାଏ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ପଢୁଥିବାରୁ ସେମାନଙ୍କ ପାଇଁ ରହିବା ପାଇଁ ସୁବିଧା ନାହିଁ । କଲେଜରେ ଛାତ୍ରୀ ନିବାସ ନଥିବା ବେଳେ ସମସ୍ତ ଘରୋଇ ମେସ୍ ମଧ୍ୟ ବନ୍ଦ ରହିଛି । ଅନ୍ୟପକ୍ଷରେ ୟୁଜିସି ଗାଇଡ ଲାଇନ ଅନୁସାରେ ପରୀକ୍ଷାଫଳ ୩୧.୧୨.୨୦ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜାନୁୟାରୀ ରେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟ ନିଷ୍ପତି ନେଇଛି । ଛାତ୍ର ବୃତ୍ତି ପାଇଁ ଜାନୁଆରୀ ୧୫ ଶେଷ ତାରିଖ ରହିଥିବା ବେଳେ, ଏବେ ପର୍ଯ୍ୟନ୍ତ ପରୀକ୍ଷା ହୋଇନି କି ଫଳ ଆସିନି । ସମସ୍ୟାର ସମାଧାନ ନିମନ୍ତେ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି । ବାଲେଶ୍ଵର ଓ ଭଦ୍ରକରେ ଥିବା ଦୁଇ ବିଏଡ଼ କଲେଜରୁ ଛାତ୍ରଛାତ୍ରୀ ଏବଂ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ରାଉତ, ବିକ୍ରମ କେଶରୀ ପାଳ, ଅଶୋକ କୁମାର ସାମଲ, ଅନିତା ବେହେରା, ଗୋବିନ୍ଦ ସାହୁ, ଉମେଶ ତ୍ରିପାଠୀ, ପ୍ରତୀକ କୁମାର ଖୁଣ୍ଟିଆ, ଆଶିଷ କୁମାର ମଣ୍ଡଳ, ତନ୍ମୟ କୁମାର ପ୍ରଧାନ, ସୁଦୀପ୍ତ ଦାସ, ରତିକାନ୍ତ ବାରିକ, ଦେବାଶିଷ ଓଝା, ଅଜୟ ଦାସ ପ୍ରମୁଖ ଏହାର ନେତୃତ୍ୱ ନେଇଥଲେ ।

Leave a Reply

Your email address will not be published. Required fields are marked *