ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ
ଭୂବନେଶ୍ବର ୨୮/୧୨: ( ସଂକେତ୍ ଟିଭି) ସରକାରୀ ହାଇସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ଦେବା ନିମନ୍ତେ ପ୍ରସ୍ତାବ ରାଜ୍ୟ କ୍ଯାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସରକାରୀ ହାଇସ୍କୁଲରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖାରେ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବା ନିମନ୍ତେ ଏକ ପ୍ରସ୍ତାବ ଦଳର ବିଜେଡିର ରାଜ୍ୟ ପରିଷଦ ବୈଠକରେ ପାରିତ ହୋଇଥିଲା। ଏହି ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ତେବେ ଆଜି ଏହି ପ୍ରସ୍ତାବ ଉପରେ ରାଜ୍ଯ କ୍ଯାବିନେଟ୍ ପାରିତ କରିଛି । ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବ। ଏହା ଆସନ୍ତା ଶିକ୍ଷା ବର୍ଷରେ ଏହା ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ କେତେ ପ୍ରତିଶତ ସଂରକ୍ଷଣ ଦିଆଯିବ ତାପାଇଁ ହାଇକୋର୍ଟରେ ଜଣେ ଜଜ୍ ଙ୍କ ଅଧ୍ଯକ୍ଷତାରେ ଗଠିତ ହେବାକୁ ଥିବା ଏକ ବିଶେଷଜ୍ଞ କମିଟି ବିଭିନ୍ନ ଦିଗକୁ ତର୍ଜମା କରି ନିଷ୍ପତ୍ତି ନେବେ ବୋଲି ରାଜ୍ଯ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।