ଭକ୍ତଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ କଟକ ଚଣ୍ଡୀ ମନ୍ଦିର
କଟକ,୭।୧ : ( ପୂର୍ଣ୍ଣେନ୍ଦୁ ପ୍ରଧାନ) କଟକରେ ଆଜି ଠାରୁ ସବୁ ଧର୍ମାନୁଷ୍ଠାନ ଖୋଲିଛି। ପ୍ରସିଦ୍ଧ ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, ଅମରେଶ୍ବର ମନ୍ଦିର ଓ ଗଡ଼ଗଡ଼ିଆ ମହାଦେବ ମନ୍ଦିର ଆଦି ଖୋଲିଥିବା ସୂଚନା ମିଳିଛି । ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ନିୟମ ମାନି ଓ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରୁଥିବା ପରିଲକ୍ଷିତ ହେଉଛି। ମନ୍ଦିର ଖୋଲିବା ପରେ ସୀଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ ନିୟମ ମାନି ଭକ୍ତମାନେ ଭଗବାନଙ୍କ ଦର୍ଶନ କରୁଛନ୍ତି । ମନ୍ଦିର ଖୋଲିବା ନେଇ କଟକ ମହାନଗର ନିଗମ ସ୍ୱତନ୍ତ୍ର ଏସ୍ଓପି ଜାରି କରିଛନ୍ତି। ଏସଓପି ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ମନ୍ଦିର ସମେତ କଟକରେ ମସ୍ଜିଦ୍, ଚର୍ଚ୍ଚ, ଗୁରୁଦ୍ବାରା ଆଦି ଧାର୍ମିକ ସ୍ଥାନଗୁଡ଼ିକ ଖୋଲାଯାଇଛି। ଧାର୍ମିକ ଅନୁଷ୍ଠାନ ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀ ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ସହରର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଶ୍ରଦ୍ଧାଳଙ୍କୁ ଆସିବା ଉପରେ କଟକଣା ଲଗା ଯାଇଥିଲା। ଦୀର୍ଘ ୯ ମାସ ପରେ ସହରର ସସମ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପାଇଁ ଖୋଲାଯାଇଛି।