ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ସମ୍ପତ୍ତି ତାଲିକା

ଭୂବନେଶ୍ବର, ୧୦।୦୧ : ( ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। ସେ ଦେଇଥିବା ତାଲିକାରେ ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା ଅଛି। ଦିଲ୍ଲୀ ଜନପଥଠାରେ ଥିବା ବ୍ଯାଙ୍କ ଅଫ ଇଣ୍ଡିଆରେ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ ଟଙ୍କା ଅଛି। ନବୀନଙ୍କର ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା ରହିଛି । ଫରିଦାବାଦ ତିକ୍ରିକେରାଠାରେ ଥିବା ତାଙ୍କର ଜମି ଓ କୋଠାର ମୂଲ୍ୟ ହେଉଛି ୧୦କୋଟି ୭୫ଲକ୍ଷ ୫୧ହଜାର ୭୧ ଟଙ୍କା।

ସେହିପରି ନବୀନ ନିବାସରେ ନବୀନଙ୍କର ଦୁଇ ତୃତୀୟାଂଶ ଶେୟାର ରହିଛି । ଏହି ସେୟାରର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କା ହେବ ବୋଲି ଦର୍ଶାଯାଇଛି । ସେହିଭଳି ନୂଆଦିଲ୍ଲୀଠାରେ ଥିବା ତାଙ୍କ ସେୟାରର ଆନୁମାନିକ ମୂଲ୍ୟ ୪୩କୋଟି ୩୬ଲକ୍ଷ ୧୮ ହଜାର ଟଙ୍କା ହେବ। ଫରିଦାବାଦରେ ଥିବା ଜମି ବିକ୍ରି ଲାଗି ନବୀନ ୧କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ଆଣିଛନ୍ତି।

ନବୀନ ଏହି ସମ୍ପତ୍ତି ତାଲିକା ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଲିକା ଦେଇଛନ୍ତି। ଏହି ତାଲିକା ସିଏମଓ ୱେବ୍‌ସାଇଟ୍‌ରେ ଦିଆଯାଇଛି।

Leave a Reply

Your email address will not be published. Required fields are marked *