ପାକିସ୍ଥାନରେ ବିଦ୍ଯୁତ ସେବା ଠପ୍, ଅନ୍ଧାରରେ ବୁଡିଲା ସାରା ଦେଶ

କରାଚୀ ୧୦/୦୧ : ପାକିସ୍ତାନରେ ଶନିବାର ରାତିରେ ପୁରା ଦେଶ ଅନ୍ଧାରରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା ।। ଦେଶର ବଡ ବଡ ସହରରେ ହଠାତ୍ ବିଜୁଳି କଟିଯାଇଥିଲା । ଏକାଥରେ ପାକିସ୍ତାନର ଅନେକ ସହରରେ ବିଜୁଳି କଟିଯିବାର ଖବର ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଗଲା। ସୋସିଆଲ ମିଡିଆରେ ସର୍ବପ୍ରଥମେ ବ୍ଲାକଆଉଟ ଟ୍ରେଣ୍ଡ କରିବା ପରେ ଏହି ଖବର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଶନିବାର ରାତି ୧୧.୪୦ ମିନିଟରେ କରାଚୀ, ଇସଲାମାବାଦ, ଲାହୋର, ପେଶାୱର ଓ ରାୱଲପିଣ୍ଡି ସମେତ ପୁରା ଦେଶ ବିଜୁଳି ଗୁଲ ହୋଇଯାଇଥିଲା । ପାକିସ୍ତାନ ଶକ୍ତି ମନ୍ତ୍ରୀ ଅମର ଅୟୁବ ଟ୍ୱିଟରରେ ସୂଚନା ଦେଇଥିଲେ ଯେ, ରାତି ପ୍ରାୟ ୧୧ଟା ୪୧ ମିନିଟରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସାରା ଦେଶରେ ବିଜୁଳି କରିଯାଇଥିଲା। ଲୋକଙ୍କୁ ଧାର୍ଯ୍ୟ ଧରିବାକୁ ମନ୍ତ୍ରାଳୟ ଅପିଲ କରିଥିଲା। ତେବେ କେତେକ ସହରରେ ରାତି ପ୍ରାୟ ଦୁଇଟାରେ ବିଦ୍ୟୁତ୍ ପୁନନଃ ସ୍ଥାପିତ ହୋଇଥିବାବେଳେ କିଛି ସହରରେ ଏପର୍ଯ୍ୟନ୍ତ ବିଜୁଳି ମିଳିନାହିଁ। ଯାନ୍ତ୍ରିକ ସମସ୍ୟା ଦୂର କରିବାକୁ ଏବେ ମଧ୍ୟ କାମ ଜାରି ରହିଛି। ଏହା ପୂର୍ବରୁ ୨୦୧୫ ଜାନୁଆରୀରେ ମଧ୍ୟ ଯାନ୍ତ୍ରିକ କାରଣ ଯୋଗୁଁ ସାରା ଦେଶରେ ବିଜୁଳି କଟିଯାଇଥିଲା।

Leave a Reply

Your email address will not be published. Required fields are marked *