ସୁନ୍ଦରୀର ହସ ଦେଖିବ ଆସ, ଯେତିକି ସୁନ୍ଦର ସେତିକି ବିଷ

ଭୂବନେଶ୍ବର ୧୦|୦୧ : ( ସଂକେତ୍ ଟିଭି) ଏଥର ସମ୍ରାଟ ସବୁଠୁ ଆଗରେ, ଆମେ କହୁଛୁ ଓଡିଆ ଯାତ୍ରା ଜଗତର ସମ୍ରାଟ ତୁଳସୀ ଗଣନାଟ୍ୟ କଥା । କରୋନାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଓଡିଆ ଯାତ୍ରା ଇଣ୍ଡଷ୍ଟ୍ରି । ଗତ ୨୦୨୦ମାର୍ଚ୍ଚ ମାସଠାରୁ ଆଉ ମଂଚର ଜୀବନ୍ତ ଅଭିନୟ ଦେଖିବାକୁ ମିଳୁ ନାହିଁ । ଯାତ୍ରା ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଛି । ତେବେ ଏଥର ଜାନୁଆରୀ ମାସରେ ଅପେରା ମଂଚସ୍ଥ ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ ଅପେରା ପାର୍ଟି ମାଲିକମାନେ ଯାତ୍ରା ମଂଚସ୍ଥ ପାଇଁ ନିଜକୁ ପ୍ରସ୍ତୁତ କରି ନାହାଁନ୍ତି ।

ତେବେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଅପେରା ମଂଚସ୍ଥ ପାଇଁ ସଂପୂର୍ଣ ପ୍ରସ୍ତୁତ ହୋଇ ସାରିଛି । ତିନିଟି ନୂଆ ନାଟକର ଫାଇନାଲ ରିୟରସେଲ କରି ସାରିବା ପରେ ଏବେ ଚତୁର୍ଥ ନାଟକର ପ୍ରସ୍ତୁତି ଆଖଡାଶାଳରେ ଚଳାଇଛି । ଆଉ ଏଥରର ନୂଆ ନାଟକ ଗୁଡିକ ହେଲା – ମୋ ଶବକୁ ମଶାଣି ମନା, ବାଜିଲେ ବଂଶୀ କାନ୍ଦୁଛି ରାଧା ଓ ବରଷା ରାତିକୁ ଭରସା ନାହିଁ । ଆଉ ଶେଷ ନୂଆ ନାଟକଟି ହେଲା – ସୁନ୍ଦରୀର ହସ ଦେଖିବ ଆସ …. ଯେତିକି ସୁନ୍ଦର ସେତିକି ବିଷ । ଭାଇ ଭାଇର ପ୍ରେମ, ଆଉ ସ୍ୱାମୀ ସ୍ତ୍ରୀର ଭଲ ପାଇବାକୁ ପ୍ରତିଫଳିତ ହୋଇଛି ଏହି ନାଟକରେ । ଇଂ. ଆଶୁତୋଷ ମହାପାତ୍ର ଏହି ନାଟକର ରଚନା ଏ ନିର୍ଦେଶନା ଭାର ସମ୍ଭାଳିଛନ୍ତି । ସୁନ୍ଦରୀ ଭୂମିକାରେ ଅଭିନୟ କରିଛନ୍ତି ନାୟିକା ଜୁଲି ପଣ୍ଡା । ଚକୋଲେଟ୍ ହିରୋ ହୃଷି ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି । ଦୁଇ ଭାଇଙ୍କ ପ୍ରେମ ଆଉ ଭଲ ପାଇବାରେ କିଭଳି ଭାଉଜ ପାଚେରୀ ହୋଇ ଛିଡା ହେଉଛନ୍ତି, ଆଉ ସୁନ୍ଦରୀ କିଭଳି ମିଛ ହସ ହସୁଛି ତାହା ନାଟକରେ ଚିତ୍ରଣ ହୋଇଛି । ଗୀତ ନିଗମ ମିଶ୍ର ଓ ସଂଗୀତ ମିହିର ମହାନ୍ତି କରିଥିବା ବେଳେ କଳାକାର ହୃଷି, ସତ୍ୟ, ନୀର ସ୍ୱାଇଁ, ରମାକାନ୍ତ, କୁନା, ଜୁଲି ପଣ୍ଡା, ବିଜୟ, ପୂର୍ଣିମା , କାଳୀ, ପୁଷ୍ପା ଏହି ନାଟକରେ ଅଭିନୟ କରୁଛନ୍ତି । ନାୟକ ହୃଷିଙ୍କ ଦମଦାର ଡାଇଲଗ ଭରି ରହିଛି ଏହି ନାଟକରେ…… କଣ କହିବି ତା ବିଷୟରେ… ଯେତେ କହିଲେ ବି କମ ପଡିବ .. ଆକାଶକୁ କିଏ ଛୁଇଁ ପାରିଲାଣି ନା ସାଗରକୁ କିଏ ମାପି ପାରିଲାଣି … ତାକୁ ଯଦି ମୁଁ ଫୁଲ ସହିତ ତୁଳନା କରିବି ପ୍ରଜାପତିଟା ରାଗିଯିବ… ଯଦି ପ୍ରଜାପତି ସହ ତୁଳନା କରିବି , ଜହ୍ନ ଈର୍ଷା କରିବ … ଖାଲି ରୂପରେ ସୁନ୍ଦର ନହେଁ, ଚାଲିରେ କଥାରେ ବ୍ୟବହାରରେ କେଉଁଥିରେ ବି କମ୍ ନୁହେଁ … ମୋର ସୌଭାଗ୍ୟ- ମୁଁ ସୁନେନାକୁ ପାଇଛି । ନାଟକରେ ଜୁଲି ନାଁ ସୁନେନା ଥିବା ବେଳେ ହୃଷିଙ୍କ ନାଁ ଆୟୁଷ୍ମାନ ରହିଛି ।

Leave a Reply

Your email address will not be published. Required fields are marked *