କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସାଇକ୍ଲିଂ ପୋଜ୍

ବାଲେଶ୍ବର ୧୦।୦୧: ( ସଂକେତ୍ ଟିଭି) କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ କେମିତି ଗଣମାଧ୍ଯମର ଶିରୋନାମାରେ ରହିବେ ତାହା ବେଶ୍ ଭଲ ଭାବରେ ଜଣା । କାହିଁକି ବା ନ କରିବେ ସେ ପ୍ରଥମ ଥର ସାଂସଦ ହୋଇ ସିଧାସଳଖ କେନ୍ଦ୍ରମନ୍ତ୍ରୀ ହୋଇପାରିଛନ୍ତି କେବଳ ଗଣମାଧ୍ଯମ ପାଇଁ । ତାଙ୍କର ଜୀବନଶୈଳିକୁ ଗଣମାଧ୍ଯମ ଏମିତି ପ୍ରଚାର ପ୍ରସାର କଲା ଯେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ତାହା ଦେଖି ଉତଫ୍ରୁଲିତ ହୋଇଯାଇଥିଲେ । ତାଙ୍କୁ ଓଡିଶାର ମୋଦୀ ବୋଲି ମଧ୍ଯ ଚିତ୍ରଣ କଲା ଗଣମାଧ୍ଯମ । ଜାତୀୟ ଓ ଆନ୍ତର୍ଯ୍ଯାତିୟ ଗଣମାଧ୍ଯମରେ ଶିରୋନାମାରେ ରହିଥିବା ପ୍ରତାପଙ୍କୁ ମୋଦୀ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେଲେ । କେନ୍ଦ୍ରମନ୍ତ୍ରୀ ହେବା ପରେ ମଧ୍ଯ ପ୍ରତାପ ଗଣମାଧ୍ଯମରେ କେମିତି ଚର୍ଚାରେ ରହିବେ ତାନେଇ ବେଶ୍ ସଚେତନ । ଗଣମାଧ୍ଯମ ଆଗରେ କେମିତି ନିଜକୁ ଚିତ୍ରଣ କରିବେ ସେହି କଳା ତାଙ୍କୁ ଖୁବ୍ ଭଲ ଭାବରେ ଜଣା । ସେ ମାଙ୍କଡକୁ ଖାଇବାକୁ ଦେଇ ହେଉ କିମ୍ବା ନିଜ ବଗିଚାରେ ଚାଷ କରିବା ହେଉ । ଅବା ପୋଖରୀରେ ପହଁରିବା ହେଉ କିମ୍ବା ଛୋଟ ପିଲାଙ୍କ ସହିତ ଖେଳିବା ହେଉ । କିମ୍ବା ଶିକ୍ଷକଙ୍କୁ ପାଠ ପଢାଇବା ହେଉ । ଏହି ଭଳି ସବୁ ଭଲ ଭଲ ଫୁଟେଜ୍ ସେ ଗଣମାଧ୍ଯମକୁ ଦେଇଥାନ୍ତି । ଗଣମାଧ୍ଯମ ମଧ୍ଯ ଟିଆରପି ପାଇବା ଆଶାରେ ଏହି ସବୁ ଖୁବ୍ ପ୍ରାଞ୍ଜଳ ଭାବରେ ଏହାକୁ କଭର କରିଥାନ୍ତି ।

ରବିବାର ଦିନ ଏଭଳି ଏକ ଦୃଶ୍ଯ ଆମ ନଜରକୁ ଆସିଥିଲା । ସେ ବାହାବଳପୁର ପଂଚାୟତରେ ଗଭୀର ସମୁଦ୍ରରେ ଅତ୍ୟାଧୁନିକ ପଦ୍ଧତିରେ “କେଜ କଲଚର” ମାଧ୍ୟମରେ ମତ୍ସ୍ୟ ଉତ୍ପାଦନର ସୁବିଧାର ଶୁଭାରମ୍ଭ କରିଥିଲେ । ବହୁ ସଂଖ୍ଯାରେ ଗଣମାଧ୍ଯମର ପ୍ରତିନିଧିଙ୍କୁ ଦେଖି ବେଶ୍ ଉତ୍ସାହିତ ପ୍ରତାପ ଏ ଅବସରରେ ସାଇକେଲରେ ଚଢି ବୁଲିବାକୁ ଲାଗିଥିଲେ । ଗଣମାଧ୍ଯମର ପ୍ରତିନିଧିମାନେ ମଧ୍ଯ ପ୍ରତାପଙ୍କ ଏହି ସାଇକ୍ଲିଂ ଅବତାରର ଭିଜୁଏଲ ଏବଂ ଫଟୋ ଟିଏ ନେବା ବେଶ୍ କସରତ୍ କରିଥିଲେ । ତେବେ କିଛି ବିଜେଡି ଏବଂ କଂଗ୍ରେସ ଦଳର କର୍ମୀ ଏହା ଦେଖି କମେଣ୍ଟ ମାରିବାକୁ ପଛାଇନଥିଲେ । କହିଥିଲେ ଯେ ପ୍ରତାପ ଏବେ ନୂଆଁ କିଛି ପୋଜ୍ ଦେବା ଦରକାର, ଏସବୁ ପୋଜ୍ ପୁରୁଣା ହୋଇସାରିଲାଣି । ନୂଆ ପୋଜ୍ ଦେଲେ ଭଲ ମାର୍କେଟ୍ ନେଇପାରିବେ ଏବଂ ମିଡିଆରେ ଭଲ କଭରେଜ୍ ପାଇପାରିବେ । ଏହା ବଳରେ ସେ ରାଷ୍ଟ୍ରମନ୍ତ୍ରୀରୁ କ୍ଯାବିନେଟ୍ ପାହ୍ଯାର ମନ୍ତ୍ରୀ ମଧ୍ଯ ହୋଇପାରିବେ, କିଛି ବଡ କଥା ନୁହଁ ।

Leave a Reply

Your email address will not be published. Required fields are marked *