ଲୋକାଲ ଟ୍ରେନ ଚଳାଚଳ ଦାବିରେ ବିକ୍ଷୋଭ

ବସ୍ତା ୧୧।୧: ( ପ୍ରଶାନ୍ତ କୁମାର ସେନାପତି ) ବାଲେଶ୍ବର ଜିଲ୍ଲା ରାଜଘାଟ ରେଳଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣୀ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ସହିତ ଷ୍ଟେସନ ମାଷ୍ଟର ଙ୍କ ଜରିଆରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଜେନେରାଲ ମ୍ୟାନେଜର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ସମସ୍ତ ରେଳ ବିଭାଗ ପକ୍ଷରୁ ସମସ୍ତ ରେଳ ଚଳାଚଳ ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ କରୋନା ମହାମାରୀ ଠାରୁ ଟିକିଏ ଆସ୍ଵସ୍ତି ମିଳିବା ପରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇ ଦୃତଗାମୀ ଟ୍ରେନ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ମାତ୍ର ପ୍ୟାସେଞ୍ଜର ଟ୍ରେନ ଚଳାଚଳ ନେଇ କୈାଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ତୁରନ୍ତ ଏହି ରେଳ ରୁଟରେ ଅତି କମରେ 2 ଟି ପ୍ୟାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ଦାବି କରି ଆଜି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଖଡ଼ଗପୁର ଡିଭିଜନର ଜେନେରାଲ ମ୍ୟାନେଜର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *