କରୋନା ପରେ ଚିନ୍ତା ଘାରିଲା ବାର୍ଡ ଫ୍ଲୁ, ମରୁଛନ୍ତି ହଜାର ହଜାର ପକ୍ଷୀ

ନୂଆଦିଲ୍ଲୀ ୧୧।୧: କରୋନା ମହାମାରୀରେ ଲୋକଙ୍କ ଜୀବନ ଯାଉଥିବା ବେଳେ ପକ୍ଷୀ ମାନଙ୍କ ପାଇଁ କାଳ ସାଜିଛି ବାର୍ଡ ଫ୍ଲୁ । ଯାହାକୁ ନେଇ ଏବେ ପୁରା ଦେଶରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଲାଣି । ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ ବି ବାର୍ଡ ଫ୍ଲୁ ଦ୍ୱାରା ପକ୍ଷୀ ମଡକ ଚିନ୍ତା ବଢାଇଛି ।

ଦେଶର ବିଭିନ୍ନ ସ୍ଥାନରେ ପକ୍ଷୀ ମୃତ୍ୟୁ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଏବେ ସୁଦ୍ଧା ୯ଟି ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ନିଶ୍ଚିତ ହୋଇଛି । କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପିବା ପୁଷ୍ଟି ହୋଇଥିବାବେଳେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଛି ।

ଦେଶରେ ଏଭଳି ପକ୍ଷୀ ମୃତ୍ୟୁ କୁ ଦୃଷ୍ଟିରେ ରଖି ଏହି ୯ଟି ରାଜ୍ୟ ର ସମସ୍ତ ପ୍ରାଣୀ ଉଦ୍ୟାନ ପରିଚାଳକଙ୍କୁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳ ବାର୍ଡ ଫ୍ଲୁ ମୁକ୍ତ ଘୋଷଣା ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରତିଦିନ ସ୍ଥିତି ବିଞରେ ରିପୋର୍ଟ ଦେବାକୁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ପରିବେଶ ମନ୍ତ୍ରଣାଳୟ ଅଧୀନରେ ଥିବା CZA ଏକ ସରକାରୀ ସ୍ମାରକପତ୍ର ଜାରି କରି କହିଛି ଯେ ‘ପଶୁପକ୍ଷୀ ଅଧିନିୟମ ଏବଂ ନିୟନ୍ତ୍ରଣ ଅଧିନିୟମ, ୨୦୦୯’ ଅଧୀନରେ ବାର୍ଡ ଫ୍ଲୁ ଏକ ନିର୍ଦ୍ଦିଷ୍ଟ ରୋଗ ଅଟେ ଏବଂ ଏହାକୁ ବ୍ୟାପିବା ପାଇଁ ଏଭଳି ରୋଗର ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ଅଟେ ।

ଅନ୍ୟପଟେ ଦିଲ୍ଲୀର ସଞ୍ଜୟ ହ୍ରଦରେ ଆଉ ୧୭ ଟି ପକ୍ଷୀଙ୍କ ମୃତଦେହ ମିଳିଥଲା, ଏହା ପରେ କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ‘ଆଲର୍ଟ ଜୋନ୍‌’ ବୋଲି ଘୋଷଣା କରିଥିଲେ । ଗୋଟିଏ ଦିନ ପୂର୍ବରୁ ୧୦ ଟି ପକ୍ଷୀଙ୍କ ମୃତଦେହ ମିଳିଥିଲା ଯାହା ପରେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଏହାକୁ ବନ୍ଦ କରି ଦେଇଥିଲା ।

କିଛି ଅଧିକାରୀଙ୍କ ସୂଚନା ଅନୁଯାଇ ଗତ କିଛି ଦିନ ମଧ୍ୟରେ ୧୪ ଟି ଡିଡିଏ ପାର୍କରେ ୯୧ କାଉଙ୍କ ମୃତଦେହ ମିଳିଛି । ରବିବାର ଦିନ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାର ପଙ୍ଗ ଡ୍ୟାମ ୱାଇଲ୍ଡ ଲାଇଫ ଅଭୟାରଣ୍ୟରେ ୨୧୫ ସ୍ଥାନାନ୍ତରିତ ପକ୍ଷୀଙ୍କର ମୃତଦେହ ମିଳିଥିବା ବେଳେ ପକ୍ଷୀ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଥିବା ପକ୍ଷୀମାନଙ୍କ ସଂଖ୍ୟା ୪,୨୩୫ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ମହାରାଷ୍ଟ୍ରରେ ଏବେ ସୁଦ୍ଧା ୯୦୦ କୁକୁଡାଙ୍କ ମୃତ୍ୟୁ ବାର୍ଡ ଫ୍ଲୁ କାରଣୁ ହୋଇଥିବା ସ୍ପଷ୍ଟ ହେବା ପରେ ସମ୍ପୃକ୍ତ ଜିଳ୍ଲା ପ୍ରଶାସନ ଗୁଡିକ ପକ୍ଷରୁ ସମଗ୍ର ରାଜ୍ୟରେ ପାଖାପାଖି ୮୦୦୦ ପକ୍ଷୀଙ୍କୁ ବାର୍ଡ ଫ୍ଲୁ କାରଣରୁ ଅଧିକ ସଂକ୍ରମଣ ନେହେବା ପାଇଁ ମାରିବା ପାଇଁ ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *