ନିମ୍ନମାନର ଜାତୀୟ ରାଜପଥ ସଂପ୍ରସାରଣ କାମ ବିରୁଦ୍ଧରେ ବିଜେପିର ଧାରଣା

ସୋର ୧୧।୧: ( ସଂକେତ୍ ଟିଭି) ୧୬ ନଂ ଜାତୀୟ ରାଜପଥ ସଂପ୍ରସାରଣ କାମରେ କାମ କରୁଥିବା ବ୍ରିଜଗୋପାଲ କନଷ୍ଟ୍ରକ୍ସନର ମନମୁଖି କାମ ଓ ବିଭିନ୍ନ ଅନିୟମିତତା କୁ ବିରୋଧ କରି ବିଜେପି ପକ୍ଷରୁ ଆଜି କମ୍ପାନୀ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।

ଖବର ନେବାରୁ ଜଣାପଡିଛି ଯେ ଭଦ୍ରକ ରୁ ବାଲେଶ୍ବର ୧୬ନଂ ଜାତୀୟ ରାଜପଥ କାମ କରୁଥିବା ବ୍ରିଜଗୋପାଲ କନଷ୍ଟ୍ରକ୍ସନ କମ୍ପାନୀ ୧୬ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ହେଉଥିବା ପୋଲ କାମ ନିମ୍ନ ମାନର କରୁଥିବା ଦେଖ‍ାଯାଇଛି । ନାୟକବନ୍ଧ ଛକ ନିକଟରେ ହୋଇଥିବା ଗଳାପୋଲ କାମ ଆରମ୍ଭରୁ ଫାଟି କେନା କେନା ହୋଇଯାଇଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ସ୍ଥାନରେ ଡାଇଭର୍ସନ ଗୁଡିକୁ ଠିକ୍ ରେ କରାଯାଉ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ନିରିହ ଧନ ଜୀବନ ନଷ୍ଟ ହେଉଛି । ବେଆଇନ ଭାବରେ କମ୍ପାନୀ ପଥର ଜମା କରୁଥିବାରୁ ଚାଷ ଜମି ଗୁଡିକ ନଷ୍ଟ ହେଉଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦଖାଦେଉଛି । ବ୍ରିଜଗୋପାଲ କମ୍ପାନୀ ର ଏହି ମନମୁଖି କାମ କୁ ବିରୋଧ କରି ସୋର ବିଜେପି ତରଫରୁ ରାକେଶ ମଲିକଙ୍କ ନେତୃତ୍ବରେ ଦହିସଡା ନିକଟରେ ଥିବା ବ୍ରିଜଗୋପାଲ କନଷ୍ଟ୍ରକ୍ସନ କମ୍ପାନୀ ଆଗରେ ଗଣଧାରଣା ଦିଆଯାଇଛି । ଖବର ପାଇ ସୋର ତହସିଲଦାର ଅଶୋକ ଦାସ ଏବଂ ଏସ୍.ଆଇ. ସଚ୍ଚିଦାନନ୍ଦ ଗିରି ବୁଝା ସୁଝା କରିଥିଲେ ମଧ୍ୟ ଯେପର୍ଯ୍ୟନ୍ତ କମ୍ପାନୀ ଦାବି ଗୁଡିକୁ ପୁରଣ ନକରିଛି ସେ ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଧାରଣାକାରି ରୋକ୍ ଠୋକ୍ ଭାବେ ଶୁଣାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *