ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର

ସିଡନୀ,୧୧/ ୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର ରହିଛି । ଶେଷ ଦିନରେ ଭାରତୀୟ ଦଳକୁ ବିଜୟ ପାଇଁ ୩୦୯ ରନ୍ ଦରକାର ହେଉଥିଲା । କିନ୍ତୁ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲେ ବି ମ୍ୟାଚ୍ ଡ୍ର ରଖିବାରେ ସଫଳ ରହିଛି ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୨ ରନ୍ କରିଥିଲା । ଜବାବରେ ଭାରତ ୨୪୪ ରନରେ ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ ସ୍କୋର କରି ପାଳି ଘୋଷଣା କରିଥିଲା । ଏହି ସହିତ ଅଷ୍ଟ୍ରେଲିଆ ଭାରତଠାରୁ ୪୦୬ ରନରେ ଆଗୁଆ ରହିଥିଲା ।

ଅଷ୍ଟ୍ରେଲିଆର ଏହି ବିଶାଳ ୪୦୬ ରନକୁ ପିଛା କରି ଭାରତୀୟ ଓପ୍‌ନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା ଉଭୟ ଭଲ ଆରମ୍ଭ କରିଥିଲେ । ରୋହିତ ଶର୍ମା ୫୨ ରନ୍‌ ଓ ଶୁଭମନ ଗିଲ୍‌ ୩୧ରନ୍‌ କରି ପାଭିଲିୟନ ଫେରିଯାଇଥିଲେ । ମ୍ୟାଚର ପଞ୍ଚମ ଦିନରେ ଭାରତ ଆଜିଙ୍କ୍ୟ ରାହାଣେ ୪ ରନ୍, ପୂଜାରା ୭୭ ଓ ପନ୍ତ ୯୭ ରନରେ ପ୍ୟାଭିଲିୟନ ଫେରିଥିଲେ । ଦଳ ବିପଦରେ ପଡ଼ିଥିବାବେଳେ ହନୁମା ବିହାରୀ ଓ ଆର ଅଶ୍ୱିନ ବ୍ୟାଟିଂ ଭାର ସମ୍ଭାଳିଥିଲେ । ଉଭୟ ସତର୍କତାର ସହ ଖେଳି ମ୍ୟାଚ୍ ଡ୍ର ରଖିଥିଲେ । ହନୁମା ୨୩ ରନ୍ କରିଥିବା ବେଳେ ଅଶ୍ୱିନ ୩୯ ରନ୍ କରିଥିଲେ ।

Leave a Reply

Your email address will not be published. Required fields are marked *