ମଦ ବିକ୍ରି କୁ କେନ୍ଦ୍ର କରି ଶିକ୍ଷକକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ

ସୋର,୧୧/ ୦୧: (ସଂକେତ୍ ଟିଭି) ମଦ ବିକ୍ରି କୁ କେନ୍ଦ୍ର କରି ଶିକ୍ଷକ କୁ ଭୁଜାଲି ରେ ଆକ୍ରମଣ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

ସୂଚନାରୁ ପ୍ରକାଶ ଯେ, ଖଇରା ବ୍ଲକ ଗୋଆପାଳ ଗ୍ରାମ ନିକଟରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର ପାଖରେ ଏକ ମଦ ଦୋକାନ ରହିଛି । ଏହା ଅଙ୍ଗନବାଡ଼ିକୁ ଯାଉଥିବା ପିଲାମାନଙ୍କ ଉପରେ ତାର କୁପ୍ରଭାବ ପକାଇଥାଏ । ଏହାକୁ ସେହି ଗ୍ରାମର ଗୋପାଳ ଜେନା ବାରମ୍ବାର ମଦ ବିକ୍ରି କୁ ବିରୋଧ କରିଆସୁଥିଲେ । ସେଥିପାଇଁ ମଦ ଦୋକାନ ମାଲିକ ଅକ୍ଷୟ ମହାରଣାଙ୍କ ଗୋପାଳ ଉପରେ ରାଗ ରଖିଥିଲା । ଗତକାଲି ରାତିରେ ଗୋପାଳ ଅକ୍ଷୟ କରିଥିବା ଦୋକାନ ପାଖରେ ଛିଡା ହୋଇଥିବା ବେଳେ ଅକ୍ଷୟ ମହାରଣା ଓ ତାର ଜଣେ ସହଯୋଗୀ ଗୋପାଳ କୁ ଏକ କାଠ ଫାଳିଆ ରେ ମୁଣ୍ଡର ପଛ ପଟୁ କୁ ବାଡେଇ ଥିଲେ । ତାପରେ ଭୁଜାଲି ଓ ଲୁହାରଡ଼ ରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋପାଳକୁ ଘୋଷାରି ଘୋଷାରି ଆଣି ମରିଯାଇଥିବା ଭାବି କିଛି ବାଟରେ ଥିବା ଏକ ନାଳ ରେ ପକାଇ ଦେଇ ପଳେଇ ଯାଇଥିଲେ । ଘର ଲୋକମାନେ ବହୁ ଖୋଜାଖୋଜି ପରେ ମଧ୍ଯ ପାଇନଥିଲେ । ଗାଁ ଲୋକ ମାନେ ନାଳ ରେ ପଡିଥିବା ଗୋପାଳ ଦେଖି ପରିବାର ଲୋକ ଙ୍କୁ ଖବର ଦେଇଥିଲେ । ଗୋପାଳକୁ ପ୍ରଥମେ ଖଇରା ଅବସ୍ଥା ଗୁରୁତର ହେବାରୁ 108 ଆମ୍ବୁଲାନ୍ସ ମାଧ୍ୟମରେ ବାଲେଶ୍ବର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୋପାଳ ସୁଆଁପଦା ପ୍ରାଇମେରୀ ବିଦ୍ୟାଳୟ ରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗୋପାଳଙ୍କର ମା ମଞ୍ଜୁଲତା ଜେନା ଙ୍କର ଅଭିଯୋଗ ମୂଳେ ଖଇରା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *