୧୦୮ ଆମ୍ବୁଲାନ୍ସକୁ ଅଟକ ରଖିଲେ ରୋଗୀଙ୍କ ପରିବାର ଲୋକେ

ସୋର,୧୨/୦୧: ( ସଂକେତ୍ ଟିଭି) ଚିକିତ୍ସା ରେ ଅବହେଳା ପାଇଁ ୧୦୮ ଆମ୍ବୁଲାନ୍ସକୁ ଅଟକାଇଲେ ଲୋକେ । ସୂଚନାରୁ ଜଣାପଡିଛି ଯେ ଜଳେଶ୍ବର ବ୍ଲକ୍ ନେତୁୱା ଅଞ୍ଚଳର ସଞୟ ଗିରି ବିଷ ପିଇ ଗୁରୁତର ହେବାରୁ ପରିବାର ଲୋକେ ପ୍ରଥମେ ଜଳେଶ୍ବର ମେଡିକାଲ ଓ ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା କୁ ଆଣିଥିଲେ । ସେଠାରେ ଚିକିତ୍ସା ରେ ଅବହେଳା ହେବାରୁ ପରିବାର ଲୋକେ ସିଡି.ଏମ.ଓଙ୍କୁ ଜଣାଇଥିଲେ । ସିଡି.ଏମ.ଓ ଙ୍କ ହସ୍ତକ୍ଷେପ ପରେ ୧୦୮ ଅମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯଇଥିଲା ବେଳେ ବାଟରେ ସଞୟଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ ହୋଇଥିଲା । ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କ ପରୀକ୍ଷା ପାଇଁ ତାଙ୍କୁ ସୋର ଡାକ୍ତରଖାନା କୁ ନେଇ ଆସିଥିଲେ । ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏଥିରେ ପରିବାର ଲୋକେ ଉତ୍ତ୍ଯକ୍ତ ହୋଇ ୧୦୮ ଆମ୍ବୁଲାନ୍ସ କୁ ଅଟକାଇଥିଲେ । ପରେ ସ୍ଥାନୀୟ ଲୋକ ବୁଝା ସୁଝା କରିବା ପରେ ଆମ୍ବୁଲାନ୍ସକୁ ଛାଡି ଥିଲେ । ଖବରପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ପଚରା ଉଚରା କରୁଛନ୍ତି ।

Leave a Reply

Your email address will not be published. Required fields are marked *